STORYMIRROR

Narayan Sethi

Romance

4  

Narayan Sethi

Romance

ହଁ ବୁଝିଛି ମୁଁ

ହଁ ବୁଝିଛି ମୁଁ

2 mins
21

ହଁ ବୁଝିଛି ମୁଁ

ତୁମ ମନରେ ଥିବା ଭାବନା କୁ

ହଁ ବୁଝିଛି ମୁଁ

ତୁମ ହୃଦୟ ରେ ଥିବା ମୋ ପ୍ରେମକୁ ।


ହଁ ବୁଝିଛି ମୁଁ

ତୁମ ଆଖିରେ ଥିବା ଆଖିଏ ନିଦ କୁ

ହଁ ବୁଝିଛି ମୁଁ

ତୁମ ଆଖିରେ ଥିବା ଆଖିଏ ସ୍ଵପ୍ନ କୁ ‌।


ହଁ ବୁଝିଛି ମୁଁ.

 ତୁମ ଓଠରେ ଥିବା ମୋ ହସ କୁ

ହଁ ବୁଝିଛି ମୁଁ

ତୁମ ହସରେ ଥିବା ମୋ ବିଶ୍ୱାସ କୁ ।


ହଁ ବୁଝିଛି ମୁଁ

ତୁମ ଚେହେରା ରେ ଥିବା ତୁମ ସୁନ୍ଦରତା କୁ

ହଁ ବୁଝିଛି ମୁଁ

ତୁମ ମଥା ରେ ଥିବା ଲାଲ ରଙ୍ଗର ସିନ୍ଦୁର ବିନ୍ଦୁକୁ


ହଁ ବୁଝିଛି ମୁଁ

ତୁମ କୋମଳ ଚେହେରା ର ପ୍ରତି ଟି ଇଚ୍ଛା କୁ

ହଁ ବୁଝିଛି ମୁଁ

ତୁମ କଳା ମଲ ମଲ ତୁମ ସୁନ୍ଦର କେଶ କୁ ।


ହଁ ବୁଝିଛି ମୁଁ

ତୁମ ସୁନ୍ଦର କୋମଳ ହାତରେ ଥିବା ମୋ ଶଙ୍ଖା କୁ

ହଁ ବୁଝିଛି ମୁଁ

ତୁମ ସୁନ୍ଦର କୋମଳ ହାତର 

ମୋ ଘର ଅଗଣା ର ଚିତା ରେ ଭରା ଏରୁଣ୍ଡି କୁ ।


ହଁ ବୁଝିଛି ମୁଁ

ତୁମର ସକାଳ ଆଉ ସନ୍ଧ୍ୟା ର ସଞ୍ଜ ଆଳତି କୁ

ହଁ ବୁଝିଛି ମୁଁ

ଶୀତ ସକାଳ ରେ ମୋ ଅଗଣା ରେ ଥିବା 

ପବିତ୍ର ତୁଳସୀ ର ପୂଜା କୁ ।


ହଁ ବୁଝିଛି ମୁଁ

ତୁମ ହଳଦିଆ ରଙ୍ଗର ତୁମ ଦେହର ଶାଢ଼ୀ କୁ

ହଁ ବୁଝିଛି ମୁଁ

ତୁମ ପାଦକୁ ମାନୁଥିବା ଝମ ଝମ କରୁଥିବା ପାଉଁଜି କୁ ।


ହଁ ବୁଝିଛି ମୁଁ

ତୁମର ମୋ ପ୍ରତି ଥିବା ପ୍ରେମର ବିଚାରକୁ

ହଁ ବୁଝିଛି ମୁଁ

ତୁମ ମନ ଭିତରେ ବିଚଳିତ ସେଇ ଭାବନା କୁ ।


ହଁ ବୁଝିଛି ମୁଁ

ତୁମର ପବିତ୍ର ଭଲପାଇବା କୁ

ହଁ ବୁଝିଛି ମୁଁ

ତୁମର ଲାଜ କୋଳି ଲାଜ ଅଭିମାନ କୁ ।


ହଁ ବୁଝିଛି ବାବା

ତୁମର ପୂଜାରେ ଥିବା ବିଶ୍ୱାସ କୁ

ହଁ ବୁଝିଛି ବାବା

ତୁମ ପୂଜାରେ ମାନସିକ କରିଥିବା 

ଭଗବାନ ଙ୍କ ଦ୍ଵାରା ନିର୍ମିତ ମୋ ପ୍ରେମକୁ ।


ହଁ ବୁଝିଛି ବାବା

ହଁ ବୁଝିଛି ତୁମ କୁ ଆଉ ତୁମ ପ୍ରେମକୁ ‌‌।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance