ଶୀର୍ଷକ:- ଗାଁ ସ୍କୁଲ ସାଙ୍ଗ ସ୍ମୃତି
ଶୀର୍ଷକ:- ଗାଁ ସ୍କୁଲ ସାଙ୍ଗ ସ୍ମୃତି
ଲେଖକ:- ନାରାୟଣ ସେଠୀ
ମୋର ଆଜି ବହୁତ ମନେ ପଡୁଛି
ସେ ପିଲା ଦିନ ଆଉ ସ୍କୁଲ ସମୟ
କେତେ ସରଳ ଥିଲା ସେ ଦିନ ...?
ଆଉ କେତେ ମଜା ମସ୍ତି ହେଉଥିଲା
ଆମ ସମସ୍ତଙ୍କର ପ୍ରିୟ ସାଙ୍ଗ ମେଳ....!!
ଆଜି ବି କେବଳ ସେ ଅଭୁଲା ଦିନ
ହୋଇ ମନରେ ଆସିଯାଉଛି ...
କାରଣ ...
ଛୋଟ ବେଳ ର ସାଙ୍ଗ ସାଥି
ହସ କାନ୍ଦ ଆଉ ରାଗ ଅଭିମାନ ........!!
ଆଜି ଅନେକ ସାଙ୍ଗ ଗଢ଼ି ସାରିଛି
ହେଲେ ...ମୋ ଗାଁ ରୁ ସହର କୁ
ଆସି ସମୟ କ୍ରମେ ମୁଁ ବି
ନିଜକୁ ସାଙ୍ଗ ସାଥି ଠୁ ଅଲଗା ରହୁଛି ...
ତଥାପି .....
ବେଳେ ବେଳେ ଯେବେ ବି
ଅତୀତ କଥା ଭାବୁଛି ସେତେବେଳେ ...
ଏ ଆଖିରୁ ଧାର ଧାର ଲୁହ ଆସିଯାଉଛି
କାରଣ ....
ମୋ ପିଲା ଦିନ ର ସାଙ୍ଗ ଭାରି ମନେ ପଡୁଛି.....!!
ଗାଁ ମୁଣ୍ଡରେ ସଭିଏଁ ମିଶି ହୋଲି ରେ
ରଙ୍ଗ ଧରି ସମସ୍ତେ ସମସ୍ତଙ୍କୁ
ବୋଳୀ ହୋଇ ଖୁବ ମଜା ମସ୍ତି କରିବା
ଆଉ ...
ଖରା ଦିନରେ ଗାଁ ନଈ ରେ
ରଙ୍ଗ କୁ ସାବୁନ ରେ ଛଡେଇବା....
ଏ ଦେହ ରେ ଲାଗିଥିବା
ରଙ୍ଗ ତ ଛାଡ଼ିଯାଏ
ହେଲେ ...
ସାଙ୍ଗ ଙ୍କ ମେଳିରେ ବାନ୍ଧି ହୋଇ
ମନ ଇଚ୍ଛା ଗାଧୋଇବା ର ସେ ଖୁସି
ଆଉ ... ପୁଣି
ପାଣି ଭିତରୁ ପଙ୍କ ଓ କାଦୁଅ କାଢି
ଜଣେ ଅନ୍ୟ ଜଣ ଉପରକୁ ଫୋଫାଡ଼ିବା....!!
ହା ହା କେତେ ମନରୋମ ଥିଲା
ସେ ପିଲା ଦିନ ର ସାଙ୍ଗ ସାଥି
ତା ସହ ବାଲିର ଘର ତୋଳି
ଭାଙ୍ଗିବା ପରେ ପୁଣି ଥରେ ଗଢ଼ିବା....!!
ସ୍କୁଲ ଛୁଟି ହେଲେ ଗାଁ ର ଆମ୍ବ ତୋଟା ରୁ
ଆମ୍ବ ଚୋରି କରି ଆଣି ଆମ୍ବ ଚଟଣୀ
ଆଉ....
ଲଙ୍କା କୁ ଲୁଣ ର ପାଗ ସହ ଖୁବ ଖାଇବା....!!
ଆଉ ଗାଁ ର ରାମାୟଣ ନାଟକ ରେ
ମନ ଇଚ୍ଛା ହନୁମାନ ରୋଲ ନେଇ ...!
ମନ ଭରି ଷ୍ଟେଜ ଉପରକୁ ଯାଇକି
ମୁଁହ ରେ ରଙ୍ଗ ବୋଳି ହୋଇ
ଖୁବ ସାଙ୍ଗ ସାଥି ସହ ମଜା ମସ୍ତି କରିବା...!!
ଆଜି ଯେତେ ଦୂରରେ ଥିଲେ ବି
ଗାଁ ର ମହକ ମୋ ମନ କୁ ଟାଣି ନଉଛି
ଗାଁ ରୁ ଦୂରେଇ ସହରରେ ଚାକିରି
ହେଲେ ବି ଗାଁ କୁ ଗଲା ମାନେ
ପୁଣି ସେଇ ପିଲାଳିଆମି ସ୍ମୃତି ଟା
ଆଜି ବି ଆମେ ବଡ ହୋଇକି ବି
ଛୋଟ ଛୁଆ ପରୀ ଗାଁ ନଈ ରେ
ଖୁବ ମଜା ମସ୍ତି କରିବା ପାଇଁ
ଅଳପ ଟିକିଏ ସମୟ ଆମକୁ ଏକ କରୁଛି...!!
ସମୟ ସିନା ବିତି ଯାଇଛି
ହେଲେ ....
ଗାଁ ର ଚିତ୍ର ଠିକ ସେମିତି
ହିଁ ଅପରିବତିତ ହୋଇ ରହିଛି ....!!
ଯେତେ ବେଳେ ଗାଁ କୁ ଫେରିଲେ ବି
ଆଜି ବି ବ୍ୟସ୍ତ ବହୁଳତା ଭିତରେ
ଆମ ସାଙ୍ଗ ମାନଙ୍କ ଭିତରେ
ସେ ପିଲା ଦିନ ର ସ୍ମୃତି କୁ
ପୁଣି ମିଳି ମିଶି ତାଜା କରିଦେଉଛି.......!!
