STORYMIRROR

Narayan Sethi

Romance Fantasy Inspirational

4  

Narayan Sethi

Romance Fantasy Inspirational

ଶୀର୍ଷକ:- ମିଠା ସ୍ଵର ଓ ସଙ୍ଗୀତ

ଶୀର୍ଷକ:- ମିଠା ସ୍ଵର ଓ ସଙ୍ଗୀତ

2 mins
335

ଲେଖକ:- ନାରାୟଣ ସେଠୀ 



ଜେତେ ବେଳେ ମନରଅସ୍ଥିରତା 

ବଢିଯାଏ ଆଉ କୌଣସି କାରଣ ରୁ 

ମନ ଟା ଭାରି ଅମାନିଆ ହୋଇଯାଏ 


ସେତେ ବେଳେ ବିଭିନ୍ନ ବାଦକ ହେଉ 

କି ଅବା ବଂଶୀ ର ତାଳ ରେ ଆସୁଥିବା 

ପ୍ରତି ଟି ଶବ୍ଦ ରୁ ମନ କୁ ବହୁତ ଭଲ ଲାଗିଥାଏ 



ମନ ଭିତର ଥିବା ଅନେକ ଦୁଃଖ 

ଆଉ କଷ୍ଟ ଶବୁ ଆପେ ଆପେ ଦୂରେଇ ଯାଏ 


ଆଉ ଅମାନୀୟା ମନ ଟା 

ସେ ଶବ୍ଦ ରୁ ଆସୁଥିବା 

ମିଠା ସ୍ୱରରୁ ନିଜକୁ ଉଲ୍ହସୀତ କରି

ଅମାନୀୟା ମନ କୁ ଚଳ ଚଞ୍ଚଳ କରିଥାଏ

 ଆଉ ପୁଣି...

ସ୍ଵର ର ତାଳେ ତାଳେ ନିଜକୁ ହଜେଇ ଦିଏ 



ଏ ମିଠା ସ୍ଵର ସଂଯୋଜନା ଯେ 

ଏତେ ପ୍ରେମ ଆନନ୍ଦ ସଙ୍ଗୀତ ତାର ନାମ 

ଯେତେ କଷ୍ଟ ରେ ଥିଲେ ବି ବୁଝେଇ ଦିଏ 

ଜେତେ ଅନ୍ୟମନସ୍କ ହୋଇ ରହିଲେ ବି

ହଠାତ ଶୁଣୁ ଶୁଣୁ ସେ ତା ଆଗକୁ ଟାଣି ଦିଏ 


କିଛି ଅଦରକାରୀ ଅଂଶକୁ ଏକାଠି କରି

ଭିନ୍ନ ଭିନ୍ନ ବାଦକ ଭାବରେ ଗଢିତୋଳି


ଇଚ୍ଛା ଅନୁସାରେ ସ୍ଵର କୁ ସୃଷ୍ଟି କରି 

ଅନେକ ଦୁଃଖ କୁ ଭୂଲେଇ ପାରୁଛି 

ଏ ବାଦକ ଗାୟକ ଓ ସଙ୍ଗୀତକାରି.....



ଅନେକ ସମୟରେ ମନରେ 

ପ୍ରଶ୍ନ ଉଠିଛି କେମିତି ହେଉଛି 

ଏଇ ମେଳଣଟି ....


ଯାହା କି ...


କେବେ ନ ଭାବିଥିବା ସ୍ଵର 

ଆପେ ଆପେ ଆସି 

ତାଳ ସହ ତାଳ ମିଶାଇ ଦେଇକି 

ଅନେକ ରେ ଏକ ହୋଇ ସୁନ୍ଦର 

ପ୍ରାକୃତିକ ଅଧ୍ୟାୟ ସୃଷ୍ଟି କରି ଦଉଛି....



ଆଉ ସେ ସ୍ଵର ର ଭାବ କୁ 

ନିଜ ଦେହ ମନରେ ଜାଗା ନେଉଛି


କିଛି ସମୟ କ୍ରମେ 

ଅନେକ ଶାନ୍ତି ଓ ଆନନ୍ଦ 

ଉତ୍ସବମୟ କରୀ 

ସବୁ କିଛି ଭୁଲିଯାଇ 

ଅତି ସୁମଧୁର ବିଚାର 

ଏଇ ମନ ଭିତରେ ଆସୁଅଛି 


ରାଗ ଅଭିମାନ କୁ ବିରାମ ଦେଇ

ଖୁବ ଶାନ୍ତ ମନରେ କେବେ 

ପ୍ରେମିକା କୁ ଅନୁଭଵ କରୁଛି 


ତ କେବେ ପ୍ରେମ ର ମିଠା କଥା 

ଆପେ ଆପେ ଗୁଣୁ ହୋଇ 


ନିଜ ପରିବେଶ କୁ ନିଜେ 

ଆଉ ନିଜକୁ ସ୍ଵର ର 

ପ୍ରେମରେ ପାଗଳ କରିଦେଉଛି 


ସ୍ଵର ର କଳ୍ପନା ରାଇଜେ 

ବୁଲି ବୁଲି ଅନେକ କିଛି 

ବିଚାର କରି ନୂଆଁ ଗୋଟେ 

ବିଶ୍ଵାସ କୁ ନେଇ 

ସୁନ୍ଦର ଭାବ ର ବାତା ବରଣ 

ସହ ହରିଯାଇଥିବା ଦିନକୁ

 ମନକୁ କିଛି ମୁହୁର୍ତ ରେ ମନେଇ ଦଉଛି....!!





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance