STORYMIRROR

Narayan Sethi

Drama Tragedy Others

3  

Narayan Sethi

Drama Tragedy Others

ଶୀର୍ଷକ:- କଳଙ୍କିତ ପ୍ରେମ

ଶୀର୍ଷକ:- କଳଙ୍କିତ ପ୍ରେମ

1 min
166

ଲେଖକ:- ନାରାୟଣ ସେଠୀ 



ପ୍ରେମ ର ମିଠା ବାସନା ରେ 

ମଜି ଯାଇ ତମକୁ ଦେଇଦେଲି 

ମୋ ମନ ଆଉ ଏ ହ୍ରୁଦୟ ରେ ଜାଗା....!!


ଭାବିଥିଲି ତୁମେ ମୋତେ 

ବହୁତ ଖୁସୀ ରେ ରଖିବ 

ହେଲେ ତମେ ଦେଲ ମୋତେ ଧୋକା .....!!


ତୁମ ପ୍ରେମରେ ପାଗଳି ହୋଇ 

ବିଶ୍ୱାସ କରି ନିଜକୁ 

ଆଉ ଦେହ କୁ ତୁମ ପାଖେ 

ଦେଇଦେଲୀ ନିଃସ୍ଵାର୍ଥପର ଭାବେ....!!


ହେଲେ ମୋ ବିଶ୍ଵାସ କୁ ଭାଙ୍ଗି 

ତୁମେ ମତଲବି ପାଲଟି ଯାଇ 

ଅଧା ବାଟରୁ ଛାଡି ଦେଇ ଗଲ 

ପ୍ରେମକୁ ମୋର ଦଳୀ ଚକୋଟି.....!!


ହଁ କଥା ଦଉଛି ପ୍ରିୟା ମୋର 

କେବଳ ମୁଁ ବାହା ହେବି ତୁମକୁ....!!


ଏମିତି ମିଛ ପ୍ରତିଶ୍ରୁତି ଦେଈ 

ଶରୀରକୁ ଉପଦ୍ଭୋଗ କଲ ମୋର

ଆଉ ମନ ଭରିଗଲା ପରେ 

କେଉଁ ଆଡେ ଉଭାନ ହୋଇଗଲ ....!!


ଆଜି ସେ ପ୍ରେମର ସନ୍ତକ 

ମୋ ଗର୍ଭରେ ବଢୁଛି 

କଣ କହିକି ଏ ଦୁନିଆଁ କୁ

ମୁଁ ଜବାବ ଦେବୀ ...?

ହଁ...

ତୁମେ ତାର ବାପ ବୋଲି....!!


କାହିଁକି ମୋତେ ଏତେ କଷ୍ଟ ଦେଲ ....?

ଥରେ ହେଲେ ଭାବିଲ ନାହିଁ ...!!


ଏ ସମାଜ ତାର ନାମ ଦେଉଛି 

ଆଜି.....

କଳଙ୍କିତ ପ୍ରେମ କେବଳ ତୁମରି ପାଇଁ.....!!


ସଭିଙ୍କ ଟାଇ ଟାପର ଶୁଣି 

ଭାବୁଛି ମିରିଯିବି .....!!

ହେଲେ ...ତୁମ ପ୍ରେମ ...

ମୋ ଗର୍ଭ ରେ ବଢୁଛି ବୋଲି...!!


ଏବେ ବି ତୁମ ଅପେକ୍ଷାରେ 

ତୁମ ଆସିବା ବାଟକୁ ଚାହିଁ ବସିଛି 

ପାଗଳି ଙ୍କ ପରୀ ଅପେକ୍ଷାରେ ତୁମର

ବିଶ୍ୱାସ ରଖିଛି ତୁମେ ଫେରିଯିବ ବୋଲି....!!


ଆଉ ଦିନ ପରେ ଦିନ 

ଯାଉଛି ବିତି 

ପାଉନି ତୁମକୁ ଏ ଆଖି ....?


ସତରେ କଣ ଭୁଲିଗଲ ମୋତେ ...?


ଏବେବି ଗର୍ଭରେ ବଢୁଛି ...!!


ତୁମ ପ୍ରେମର ସନ୍ତକ ..

ମୋର କଳଙ୍କିତ ପ୍ରେମ ହୋଇ.....!!






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama