STORYMIRROR

Narayan Sethi

Romance Others

4  

Narayan Sethi

Romance Others

ଶୀର୍ଷକ:ଝରଣା ମୋ ପ୍ରେମିକା

ଶୀର୍ଷକ:ଝରଣା ମୋ ପ୍ରେମିକା

1 min
4

ଲେଖକ:- ନାରାୟଣ ସେଠୀ 



ବହୁତ ଦିନ ପରେ ତୁମ ସହ ଦେଖା ହେଲା 

ଆଉ ମୁଁ.... ତୁମ ସହ ମନ ଭରି ବହୁତ କଥା ହେଲି

କାରଣ.... ଅନେକ ଦିନ ହେବ 

ତୁମ ସହ ଦେଖା ହେଇନଥିଲା 

ଆଉ ମୁଁ ଅନୁତାପ କରୁଥିଲି ଯେ 

କେତେ ନିଷ୍ଟୁର ଟା ମୁଁ ......?


କଥା ଦେଇଥିଲି ତୁମ ପାଖକୁ 

ଫେରିବି ବୋଲି 

ହେଲେ .......?

ସମୟ ର ସ୍ରୋତ ରେ 

ଅନେକ ସମୟ ବିତି ଗଲାଣି 

ଆଜି ତୁମ ସହ ଦେଖା ହେଲା ପରେ .....

ସତରେ ଆଉ ଜମାରୁ ଇଚ୍ଛା ହେଉନି 

ମୁହୁତ ଟେ ଏକା କରି ତୁମଠୁ ଦୁରେଇ ଯିବା ପାଇଁ 


ତୁମ ପ୍ରେମ ରେ ମୁଁ 

ଆଜି ପାଗଳ ହୋଇଛି 

ଆଉ ତୁମ ଭଲ ପାଇବା 

ମୋ ମନ ହୃଦୟ କୁ 

ପୁଣି ତାଜା କରୀ ଦେଇଛି 

ଆଉ ଚାହିଁଲେ ବି ମତେ ତୁମ ଠାରୁ 

କେହି ଅଲଗା କରିପାରିବେ ନାହିଁ 

କାରଣ .......

ମୋ ପ୍ରେମକୁ ଆଜି 

ଠିକ ସମୟରେ ତୁମ ସହ 

ମୋତେ ମିଳନ କରୀଦେଇଛି .....


ବହୁତ ଖୋଜୁଛି ତୁମକୁ ଦୂରରେ ଥାଇ

ହେଲେ କେତେ ଚେଷ୍ଟା କଲେ ବି ମୁଁ ପାଉନଥିଲୀ 

ଆସିପାରୁ ନଥିଲି ତୁମକୁ ଦେଖା କରିବା ପାଇଁ 


କାରଣ ମୋର ହିଁ ଭୁଲ ଥିଲା ତୁମ ପ୍ରେମକୁ

ବୁଝିବାରେ ଭୁଲ କରିଥିଲି ଆଉ ଅବାଟୁଆ ପରି

ବାଟ ଟା ସତରେ ଭୂଲି ଯାଇଥିଲି ......


କିନ୍ତୁ ସେ ଭୁଲ ଆଉ କରିବିନି କାରଣ 

ମୋ ପ୍ରେମ ଆଜି ମୋତେ ଠିକ ସମୟରେ 

ତୁମ ସହ ଦେଖା ହେଲା ପରେ 

ଏ ସମୟ .....

ଜଣେଇ ଦେଉଛୁ ଯେ

ତୁମ ପ୍ରେମ କେବଳ ... ମୋ ପାଇଁ 

ସ୍ୱଚ୍ଛ ଆଉ ନିର୍ମଳ ଜଳ ମୋ ପାଦ କୁ ଟାଣି ନେଉଛି 


ସତରେ ଝରଣା ତୁମ ପ୍ରେମ ଆଉ ମୁଁ ଏକ ଅନୁଭବ 

ହେଲେ ସେ ଅନୁଭବ ମୋ ଦେହ ଆଉ ମନ କୁ 

ତୁମ ଠାରୁ ଦୁରେଇ ଯିବାକୁ କନେ କାନେ ମନା କରୁଛି 


ହଁ ମୋତେ ମନା କରୁଛି........





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance