STORYMIRROR

Narayan Sethi

Romance Tragedy Inspirational

4  

Narayan Sethi

Romance Tragedy Inspirational

ଶୀର୍ଷକ:- ତୁମ ଅପେକ୍ଷାରେ

ଶୀର୍ଷକ:- ତୁମ ଅପେକ୍ଷାରେ

2 mins
362

ଲେଖକ:- ନାରାୟଣ ସେଠୀ 



ତୁମେ କଥା ଦେଇଥିଲ ସାଥି ମୋତେ 

ବାସ କିଛି ଦିନ ପରେ 

ମୋତେ ନେବାକୁ ଆସିବ ବୋଲି .....!!


ହେଲେ ....


ଆସିଲ ଯେ ... 

ମୋ ଆଖିରେ ଲୁହ ହୋଇ 

କହିଥିଲ ପରା ତୁମେ ମୋତେ

ବର ଯାତ୍ରୀ ରେ ଆସିବ ଆଉ 

ବୋହୂ କରି ନବ ବୋଲି .....!!


କିନ୍ତୁ .....?


ତୁମେ ଫେରିଲ ଯେ ମୋ ପାଖକୁ 

ଭାରତ ମାତା ର ସୁନା ପୁଅ ହୋଇ ....!!

ଆଉ ତିରଙ୍ଗା ପତାକା ର 

ସ୍ଵାଭିମାନ କୁ ନିଜ ଦେହ ରେ ବୋଳି ହୋଇ....!!



ମୁଁ ତୁମ ପାଇଁ ଅପେକ୍ଷା କରିବି 

ଆର ଜନ୍ମ ପାଇଁ କେବଳ ତୁମ ସାଥି ହୋଈ .......!!



ଆଜି ମାଟି ମା ର ସୁରକ୍ଷା ରେ

ନିଜ ଜୀବନକୁ ଜଳାଞ୍ଜଳି ଦେଇ 

ମୋ ପ୍ରେମ ର ସ୍ମୃତି ହୋଇ 

ରହିବ କୋଟି କୋଟି ଜନ୍ମ ପାଇଁ........!!



ହଁ ମୁଁ ବହୁତ ଧୌର୍ଯ୍ୟହରା ଆଜି 


ହେଲେ ...!


ତୁମ ବଳିଦାନ ପାଇଁ 

କେବଳ ମୁଁ ନୁହେଁ 

ଏ ସାରା ଦେଶ କାନ୍ଦୁଛି 


ଆଉ ତୁମେ ହସି ହସି 

ଦେଇଥିବା ବଳିଦାନ କୁ

ମୁଁ ଆଜି ଭାବୁଛି 


ମୁଁ ତୁମର ବୋଲି 

ନିଜକୁ ଗର୍ବ ଅନୁଭବ କରୁଛି.....!!!


ହେଲେ ଏ ଆଖି ଆଉ 

ଏ ଆଖିର ଲୁହ କଣ ବୋଲ ମାନୁଛି 

ସେ ତ ଅନବରତ ଆସିଯାଇଛି .....!!


ତୁମ ଭଲପାଇବା ମୁଁ ଭୁଲିପରୁନି 

କେବଳ ତୁମର ଫେରିବା ବେଳକୁ 

ବହୁନି ବାହୁନି ଏ ଫେରିଆସ ବୋଲି ଡାକୁଛି ....!!


ଶୁଣ ତୁମେ କଥା ଦେଇଥିଲ 

ଏଇ କିଛି ଦିନ ପରେ ଆସିକି

ମୋତେ ତୁମ ସହ ନେଇ ଯିବ ବୋଲି 


ମୋ ମଥାରେ ସିନ୍ଦୂର ଦେଇକି 

ତୁମ ଘାରକୁ ବୋହୂ କରି ନେବ ବୋଲି....!!



କାହିଁକି ଚୁପ ଅଛ ଉଠ 

ମୁଁ ଆଉ ସତରେ

ତୁମ ଉପରେ ଅଭିମାନ କରିବିନି 

କି ଜମାରୁ ଋଷିବିନୀ ହଁ ଋଷିବିନୀ....!!


କିମିତି ବଞ୍ଚିବି ତୁମ ବିନା 

କିମିତି ଚାଲିଯାଉଛ ମୋତେ 

ତୁମେ ସାଥିରେ ନ ନେଇ କି.....!!


ମୁଁ କାଲିବି ତୁମର ଥିଲି 

ଆଜି ବି କେବଳ ତୁମର ହୋଇ 

ବାକି ଜିବନ ତକ ବି 

ତୁମ ଅପକ୍ଷାରେ ରହିବି......!!



ବଞ୍ଚିବି କେବଳ ତୁମ ଭାବନା ରେ

ବଞ୍ଚିବି କେବଳ ତୁମର ଶ୍ରୀମତୀ ହୋଇ 


ଏ ଜିବନ ଚଲା ବାଟେ ଚାଲିବି 

କେବଳ ତୁମେ ଚାଲୁଥିବା ବାଟ ଦେଇ ....!!


ତୁମେ କେବଳ ମୋ ହୃଦୟ କୁ ଜିତିନ 

ତୁମେ କେବଳ ମୋ ନାୟକ ବି ନୁହଁ 


ତୁମେ ଜଣେ ଭାରତୀୟ ସେନା ବାହିନୀର 

ନିର୍ଭୀକ ଆଉ ପ୍ରକୃତରେ ଜଣେ ସୈନିକ.........!!













ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance