STORYMIRROR

Narayan Sethi

Comedy Romance Others

4  

Narayan Sethi

Comedy Romance Others

ଶୀର୍ଷକ:- ଶ୍ରୀମତୀ ଙ୍କ ଅଭିମାନୀ ରୁପ

ଶୀର୍ଷକ:- ଶ୍ରୀମତୀ ଙ୍କ ଅଭିମାନୀ ରୁପ

2 mins
245

ଲେଖକ:- ନାରାୟଣ ସେଠୀ 


ତୁମେ .....?

କେମିତିକା ଶ୍ରୀମତୀ ହୋ ମୋର ...!!


ଯୋଉ କଥା କହିଲେ ବି 

ରାଗିକି ଖାଲି ଗର ଗର ହେଉଛ...!!


ତୁମ କଥା କଥା 

ଆମ କଥା ସବୁ କଣ..??

ନିମ ପତ୍ର ପରି ଲାଗୁଛି କି ପିତା ...!!


ହହିହୋ କଥା ଟା କୁ ସିନା ବୁଝିକି 

କହିଲେ ହେବ.. ଟିକିଏ ଶାନ୍ତ ରହିକି 


କିହୋ କଥା ଟି ସରୁ କି ନ ସରୁ 

ଚଉଦ ପୁରୁଷ ମୋର ଏକ କରୁଛ ....!!


ବୁଝେଇଲି ପୁଣି ମୁହଁ କୁ 

ବୁଲେଇ ରାଗରେ ପୁଣି 

ଜଳନ୍ତା ନିଆଁ ପରୀ ହେଉଚ....!!


କଥା ଉଠୁ ଉଠୁ 

ମୁଣ୍ଡରୁ ଓଢଣା କୁ ଓଲେଇ 

କାନିକି ଅଣ୍ଟା ରେ ଭୀଡୁଛ .....!!


ସତେ ଯେମିତି ତୁମେ ଶ୍ରୀମତୀ 

ରଣକ୍ଷେତ୍ର କୁ ଆସିଯାଇଛ......!!


ସ୍ବାମୀ କି ତୁମେ କଣ ଭାବୀଛ କି....?

କଥା କଥାରେ କେବଳ ତୁମେ

ନିଜ ସ୍ବାମୀ କୁ ତୁମେ ଶ୍ରୀମତୀ 

ଆଙ୍ଗୁଠି ରେ ନଚାଇ ଦଉଛ.....!!


ଓଳିଏ ରାଗିଲେ ଦୁଇ ଓଳି 

ରୋଷେଇ ଘର କୁ ଭୁଲି ଯାଉଛ ...!


ଡାକିଲେ ଶୁଣୁନ କି 

ହାତ ଧରି ବୁଝାଇଲେ 

ଧକା ଦେଇ ଆଗକୁ 

ମାଡ଼ି ଚାଲି ଯାଉଛ.....!!


ସତରେ ଏମିତି ବ୍ୟବହାର କରୁଛ 

ଯେମିତି ପ୍ରଳୟ ସୃଷ୍ଟିକାରୀ 

ମେଘ ପବନ ଠୁ ଆଉରି 

କ୍ଷିପ୍ର ଗତିରେ ଯାତାୟାତ କରୁଛ...!!


ଯଦି ବା ରୋଷେଇ ଘରକୁ 

ଫେରିଲ ତୁମେ ଶ୍ରୀମତୀ 

କୀହୋ ....

ଯେତିକି ସୁଧାର ସୁନ୍ଦର ଲାଗୁଛ 

ତା ଠାରୁ ଅଧିକ ଭୟଙ୍କର 

ରୁପ ଧାରଣ କରୁଛ.....


ଘଡଘଡି ସହ କଂସା ବାସନ କୁ 

ବାପରେ ଉଠାଉଚ ପୁଣି ପକାଉଛ

ଘରେ ଭୁକମ୍ପ ର ଆଶଙ୍କା ଦଉଛ........!!!



ଚାଲିରେ ତୁମର ପଦ୍ମ ଫୁଟେ 

ନିତି ଯେବେ ଚାଲିକି ଯାଉଛ 


ହେଲେ....

ରଗୀଲେ ଥରେ 

ଆଜି କାଲି ତୁମ ଚାଲିରେ 


କେବଳ ...

ଉବଡ ଖାବଡ ରାସ୍ତା ରେ

ଡୋଜର ଗାଡ଼ି ଅତିକ୍ରମ ପରୀ 

ଆଖଡୁଆ ଶବ୍ଦ ରେ 

ନିଜ ରାଗକୁ ସତରେ 

ମୋ ଉପରେ ସୁଝେଇ ଦଉଛ....!!


ଯଦି ଶ୍ରୀମତୀ ଙ୍କୁ ପ୍ରେମ ରେ 

କହିବ ଆଛା ଶୁଣିଲା ହେ ଶ୍ରୀମତୀ 

ଯିବାକି ଗହଣା ଦୋକାନକୁ ..?

ଭାରି ସଜ ହୋଇ ଆସିଯାଇଛ....!!


ସେତେ ବେଳେ କୁଆଡୁ ଆସେ ହୋ 

ଏତେ ପ୍ରେମ ଆଉ 

ଆନନ୍ଦ ତୁମର ମୋ ପ୍ରତି 

କୋଇଲି ସ୍ଵରରେ ସ୍ବାମୀଙ୍କୁ 

ଏଇ ଆସିଲ ଏଇ ଶୁଣିଲ 

ବୋଲି ଅତି ପ୍ରିୟର ହେଉଛ......!!


ଆଉ ସେତେ ବେଳେ 

ସ୍ବାମୀଙ୍କୁ ଯଦି ଚାହିଁଲେ ବି 

ସତରେ ତୁମେ

ନୂଆଁ ବୋହୂ ପରୀ 

ମୁଣ୍ଡରେ ଓଢଣା ଟାଣି 

କେତେ ସୁନ୍ଦର ଭାବ ରଖୁଛ....!


ସତରେ...?

କେତେ ସୁନ୍ଦର ଭାବ ରଖୁଛ...!!!













ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy