STORYMIRROR

Narayan Sethi

Romance Classics Inspirational

4  

Narayan Sethi

Romance Classics Inspirational

ଶୀର୍ଷକ:- ତୁମେ ମୋର

ଶୀର୍ଷକ:- ତୁମେ ମୋର

1 min
338

ଲେଖକ:- ନାରାୟଣ ସେଠୀ 


ତୁମେ ମୋର ପ୍ରିୟା ନା ତୁମେ ମୋର ମନର ନାୟିକା 

ତୁମେ ମୋର ମନର ମାନସୀ ନା ତୁମେ ମୋର କଳ୍ପନା


ତୁମେ ମୋର ଆଖିର ଆଇନା ନା ତୁମେ ମୋର 

ରାତି ର ଆକାଶ ର ଶୀତଳ ଜନ୍ହ ର ଯୋଛନା


ତୁମେ ମୋର ଆଖିର ସ୍ବପ୍ନ ଆଉ ତୁମେ ମୋର

ଚଲା ବାଟର ସାଥୀ ଟେ ତୁମେ ମୋର ପ୍ରେମିକା


ତୁମେ ମୋର ଘର ଠିକଣା ଆଉ ପୁଣି ତୁମେ ମୋର

ବଂଶ ର କୁଳ ବଧୂ ମୋ ଜୀବନ ର ଜୀବନ ରେଖା 


ତୁମେ ମୋର ପ୍ରେମର ଗୀତ ରଚନା ତୁମେ ମୋର

ଜୀବନ କାହାଣୀ ର ଏକା ତୁମେ ମୋର ନାୟିକା


ତୁମେ ମୋର ଭାବନା ପୁଣି ତୁମେ ମୋର

ଜନମ ଜନମ ର ହୃଦୟ ର ମୋ ରାଣୀ ଏକା


ତୁମେ ମୋର ନୂଆଁ ଆଶା ପୁଣି ତୁମେ ମୋର

ନୂଆଁ ଗୋଟେ ଅପେକ୍ଷା ର ଅନେକ ଇଚ୍ଛା


ତୁମେ ମୋର ରାଧା ପୁଣି ମୁଁ ତୁମର କୃଷ୍ଣ 

ତୁମେ ମୋର ସୀତା ପୁଣି ମୁଁ ତୁମର ରାମା



ତୁମେ ମୋର ଛାତି ର ସ୍ପନ୍ଦନ ଆଉ ତୁମେ ମୋର

ଶରୀର ର ନିଶ୍ୱାସ ରେ ଥିବା ଜୀବନ ଏକା 


ତୁମେ ମୋର ଭରସା ପୁଣି ତୁମେ ମୋର

ବିଶ୍ବାସ ପୁଣି ତୁମେ ମୋର ଆଖିର ଲୁହ

ପୁଣି ତୁମେ ମୋର ଓଠ ର ହସ


କେବଳ ତୁମେ ମୋର ଆଉ 

କେବଳ ତୁମେ ହିଁ ମୋର.........✍️


Rate this content
Log in

Similar oriya poem from Romance