STORYMIRROR

Narayan Sethi

Horror Tragedy Crime

4  

Narayan Sethi

Horror Tragedy Crime

ଶୀର୍ଷକ:- ଆତ୍ମହତ୍ୟା

ଶୀର୍ଷକ:- ଆତ୍ମହତ୍ୟା

2 mins
235

ଲେଖକ:- ନାରାୟଣ ସେଠୀ 



ମୁଁ ବଞ୍ଚିବିନି... ନା..ନା.... ମୁଁ ବଞ୍ଚିବିନୀ 

କାରଣ..... ମୁଁ ସବୁ ହରେଇଛି 

ଆଉ କିଛି ନାହିଁ 

ସବୁ ଏଇଠି ସ୍ୱାର୍ଥପର 

ମୁଁ ତ କୋଉ କାମ କୁ ନୁହଁ 

କଣ ପାଇଁ ବଞ୍ଚିବି ...?

ଏହା ଠୁ ଭଲ ମରିଯିବି .....!!


ମୁଁ ଚାହୁଁଥିବା ଭଳି କିଛି ହୋଇନି 

ମୁଁ ଅସହାୟ ଅବସ୍ଥାରେ 

କଣ କରିବି ମୁଣ୍ଡ ମୋର କାମ କରୁନି....!!


ଏ ଭାବନା ଜାଗ୍ରତ କରେ 

ଶେଷ ସମୟ କୁ 

ଆଉ ....

ସେ ମଣିଷ କୁ ବାଧ୍ୟ କରାଏ 

ଜୀବନ ନେଇ ଯିବାକୁ ...!!

ଆଗ ପଛକୁ କୌଣସି ଚିନ୍ତା ନ କରି 

ବିଚାର କରି ନିଏ ଆତ୍ମହତ୍ୟା କୁ......!!


ଭାବିଲ ଥରେ .....?

ଯୋଉ ମାଆ ଜନ୍ମ ଦେଇ 

ଛୋଟ ରୁ ବଡ଼ କରିଛି .....?

ସେ ବି ବହୁତ କଷ୍ଟ ପାଇଛି .....!

ନଅ ମାସ ତା ଗର୍ଭ ରେ ଧରି 

କେତେ ଯନ୍ତ୍ରଣା ପାଇକି 

ଏଇ ସୁନ୍ଦର ଜିବନ ଆମକୁ ଦେଇଛି.....!!


କଣ...? 

ସେ ମାଆ କୁ କଷ୍ଟ ହେଇନି...?

ନା ଯୋଉ ମାଆ ନିଜ ହାଡ , ମାଂସ ଆଉ ରକ୍ତ ଦେଇ 

ଆମକୁ ଗଢିଛି...! 

ଆଉ ଛୋଟ ରୁ ବଡ଼ କରିଛି 

କଣ...? 

ସେ ମାଆ କୁ କଷ୍ଟ ହେଇନି...?


କିନ୍ତୁ ....

ଏବେକାର ଯୋଉ 

ଯୁବକ ଯୁବତୀ ମାନେ 

ଆଜିକାଲି ସହନଶିଳ ନ ହୋଇ 

ନିଜକୁ ଆଉ ନିଜର ମାନସିକ 

ଭାରସାମ୍ୟ କୁ ହରାଇ ଦେଉଛି ....!!


ମନର କଷ୍ଟକୁ ହୃଦୟରେ ଜାଗା ଦେଇ 

ନିଜେ ନିଜକୁ ବିପଦ କୁ ନେଇଯାଉଛି ......!!


କଣ ପାଇଁ ଭୁଲ ନିଷ୍ପତ୍ତି ...?

ଅପେକ୍ଷା କଲ ଥରେ 

ଭାବ ... ଶାନ୍ତ ମନରେ ....

କେତେ ସ୍ୱପ୍ନ ବାସ୍ତବରେ .....!


କିଛି ବିଚାର କର ମନରେ 

ସବୁ କିଛି ପ୍ରକୃତି ସୃଷ୍ଟି କରିପାରିଛି 

ଆମେ କଣ କରିଛେ....? ହଁ....

ଆମେ କଣ କରିଛେ....?

ତ କାହିଁକି ନିଜକୁ ଅଲଗା ଭାବୁଛେ...!!


ନା ନିଜ ଇଚ୍ଛା ରେ କେହି ବି 

ଏ ସୁନ୍ଦର ଜିବନ ପାଇଛ 

ନାହିଁ କେହି ....

ନିଜ ଇଚ୍ଛା ରେ ନିଜକୁ ମାରି ପାରିବ  ....?


ତାହେଲେ କାହିଁକି ଏ ସୃଷ୍ଟିକୁ 

ନିଜ ଇଚ୍ଛା ରେ ମାରି ଦେଉଛ....?


ସବୁ ପରିସ୍ଥିତି ଯେମିତି ବଦଳିଯାଏ 

ଠିକ ସେମିତି ନିଜକୁ 

ଆଉ ନିଜ ପରିସ୍ଥିତି କୁ ବଦଳାଅ 

ଦେଖିବ ଏ ଆତ୍ମହତ୍ୟା 

ସବୁ ଦିନ ପାଇଁ ହାରିଯିବ 

ଆଉ ପ୍ରକୃତି ର ଦାନ ଜିବନ ଜିତିଯିବ...!!











ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror