STORYMIRROR

SAHADEV PARIDA

Horror Tragedy Classics

4  

SAHADEV PARIDA

Horror Tragedy Classics

ଆସ ମୌସୁମୀ

ଆସ ମୌସୁମୀ

1 min
405

ଆସ ଆସ ମୈ।ସୁମୀ ତୁମରି ଅପେକ୍ଷାରେ ଅଛୁ

ପ୍ରଚଣ୍ଡ ତାପରେ ଅତିଷ୍ଠ ହେଲୁଣୀ

ଗ୍ରୀଷ୍ମପ୍ରବାହର ଦାରୁଣ ପ୍ରହାରରେ ଜଗନ୍ନାଥ

ଅଣସର ଘରେ କଵାଟ ଖିରି ଶୋଇଲେଣି ।


ସଂସାର ଟା କେତେ ରୁକ୍ଷ ଦେଖା ଯାଉଛି

ଚାରିଆଡ ଖାଁ ଖାଁ ଲାଗୁଛି

ଦିନ ରାତି ତାତିରେ ପୃଥିବୀଵାସୀ ଅତିଷ୍ଠ

ତୂମକୁ କ'ଣ ଦୟା ଲାଗୁନି।


ତୁମ ଆସିବା ସମୟ ତ ହେଲାଣି

କାହିଁକି ଡେରି କରୁଛି

ଆସ ତୁମକୁ ଅପେକ୍ଷା କରିଛୁ

ତୃଷାରେ ବ୍ୟାକୁଳ ହେଉଛୁ ।


ଧରଣୀମାତା ତୁମରି ଅପେକ୍ଷାରେ

ସବୁଜିମା ରଙ୍ଗରେ ରଙ୍ଗେଇ ହେବ

ନାନା ରଙ୍ଗର ଫୁଲରେ ସଜେଇ ହେବ

ଆନନ୍ଦେ ଆତ୍ମହରା ହେବେ ତାରସଜରେ ।


ଗଛଲତା ନୂତନ ପଲ୍ଲବେ ପଲ୍ଲଵିତ ହୋଇ

ତୁମକୁ କୃତଜ୍ଞତା ଜ୍ଞାପନ କରିବେ

ଶତମୁଖରେ ଆମେ ତୁମର ପ୍ରଶଂସା ଗାନକରି

 ଦାନପତ୍ରକୁସ୍ଵାଦରେ ଗ୍ରହଣ କରିବେ।


ତୁମେ ସାଥୀରେ ଆଣିବ ବର୍ଷା ରାଣୀକୁ

ବହୁ ରୋଷଣୀକୁ ଧରି

ବିଜୁଳି ଆଲୋକରେ ଆଲୋକିତ କରି

ଘଡଘଡି କମାଣକୁ ନେଇ।


ଆସ ଆସ ତୁମକୁ ସ୍ଵାଗତ ଜଣାଉଛୁ

ଆଉ ଡେରି କରନା

ଆମର ଅପେକ୍ଷାର ଅନ୍ତ ଘଟାଇ ଆସ

ଆଉ ଉଛୁର କରନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror