ଅସରା ବରଷା ରାତିର କଥା
ଅସରା ବରଷା ରାତିର କଥା


ଗୋଟାଏ ଅସରା ବରଷା ରାତିର
କାହାଣୀ କହୁଛି ଆଜି
ଅତି ହନ୍ତସନ୍ତ ହୋଇଲି ସେଦିନ
ବରଷା ରେ ଭିଜି ଭିଜି ।
ଅପରାହ୍ନରେ ମୁଁ ଚାଲି ଯାଇ ଥିଲି
ବଜାର ପାଖ ଅଞ୍ଚଳ
ଫେରିବା ବେଳକୁ ଅନ୍ଧାର ରାତି କୁ
ବରଷା ବତାଷି କାଳ ।
ସାଜି ଉଭା ହୋଇ ରୋମ ଟାଙ୍କୁରାଇ
ଗରଜି ଆସିଲା ଧୀରେ
ଆଗକୁ ବଢ଼ିବା କିବା ଅଟକିବା
ନହେଲା ମୋର ସେଠାରେ ।
ଦେହ ରେ ଥଣ୍ଡା କାଶ ଜ୍ଵର ହୋଇ
ପୁଣି ବରଷା ରେ ଭିଜି
ଘରକୁ ନ ଫେରି ବାଟରେ ଅନ୍ଧାର
ରାତି ରେ ଚାଳିଆ ଖୋଜି ।
ନିରାଶ ହୋଇଲି ଅପରାଧୀ ମାନେ
ବୁଲୁ ଥାନ୍ତି ସେ ରାତିରେ
ଘରକୁ ଫେରିବା ବେଳକୁ ଅନ୍ଧାର
ରହି ବଇଁ କେଉଁ ଠାରେ ।
ବାଟରେ ଅନ୍ଧାର ପୁଣି ଯେ ମଶାଣୀ
ଥାଏ ଯାହା ଭୟ ଙ୍କର
ଭୂତ ପ୍ରେତ ଆଉ ପିଶାଚ ଡାହାଣୀ
ଯୋଗୁଁ ବଢେ ଭୟ ମୋର ।
ନମସ୍କାର କରି ଠାକୁର ସୁମରି
ଭିଜି ଭିଜି ଧାଇଁ ଧାଇଁ
ସବେଗେ ଘରକୁ ଫେରି ଆସିଲି ମୁଁ
ଅସରା ବରଷା ଚାହିଁ ।