STORYMIRROR

Satyaranjan Mishra

Abstract Horror Romance

4  

Satyaranjan Mishra

Abstract Horror Romance

କାଳଗ୍ରହ

କାଳଗ୍ରହ

1 min
108

ଆଜି ଆମ ପ୍ରେମ ବାର୍ଷିକୀ

କିନ୍ତୁ, 


କ୍ଷେପଣାସ୍ତ୍ର ପରି କ୍ଷିପ୍ର ଗତିରେ ଯାଉଥିବା ମୋର ମେସେଜ ,

ଆଜି ଭେଦ କରିପାରୁନାହିଁ ତୁମ ବ୍ଲକ ରୂପୀ କବଚ 

ତୁମ ଜିଓ ନମ୍ବରକୁ ଚେଷ୍ଟା କରୁଥିବା ପ୍ରତ୍ୟେକ

ଡାଏଲରେ ,

ଆଉ କିଛି ଶୁଭୁନାହିଁ କରୋନା ରିଂଟୋନ ବ୍ୟତୀତ ।


ବିଶ୍ୱର ସର୍ବଶ୍ରେଷ୍ଠ ଗୁପ୍ତଚର ଗୁଗୁଲ ମହାଶୟ ବି 

ଆଜି ଖୋଜି ପାଉନାହାନ୍ତି ତୁମର ପ୍ରତିଛବି 

କୌଣସି ବି ସୋସିଆଲ ମିଡ଼ିଆ ନୀଳ ବିନ୍ଦୁ ଦେଇ 

ଜାହିର କରିପାରୁନାହାନ୍ତି ତୁମ ଉପସ୍ଥିତି ।


ହ୍ଵାଟ୍ସଆପ୍ ରେ ଥିବା ତୁମ ପାଞ୍ଚ ଅକ୍ଷରିଆ ନାଁର 

ବାମ ପାଖ ଗୋଲରେ ଆଜି ନାହିଁ ଆକର୍ଷଣୀୟ ଫୋଟୋ ଗୋଟି 

ଚାଟିଙ୍ଗ ସେକ୍ସନରେ ତୁମ ସେଇ ନାଁ ତଳର ସବୁଜ ଅଂଶ 

ଅପଡେଟ କରିପାରୁନି ଅନ୍ତିମ ଦର୍ଶନର ବିବରଣୀ ।


ନାଁ ଆଉ ଅଛି ପୂର୍ବ ପରି ଘନଘନ ସ୍ଟାଟସ 

ନାଁ ଅଛି ଫେସବୁକ କି ଇନ୍ସଟାରେ କିଛି ପୋଷ୍ଟ 

ନାଁ ଅଛି ମୋ ଫୋଟୋରେ ତୁମର ସର୍ବ ପ୍ରଥମ ଲାଇକ 

ନାଁ ଅଛି ମୋତେ ଚିଡେଇଲା ପରି କିଛି କମେଣ୍ଟ ।


ମୋ ପାଖେ ଅଛି ତ କେବଳ ଏକ ଆତ୍ମାହୀନ ଦର୍ପଣ 

ସେଇ ଦର୍ପଣ ଭିତରକୁ ଚାହିଁରହିଛି 

ମାନସିକ ମୃତ୍ୟୁ ପାଇସାରିଥିବା ଏକ ମଣିଷ,

ଆଉ ତୁମେ ? ତୁମକୁ ତ ସେଠି ବି ପାଉନି ମୁଁ,

ତୁମେ ତ ଅଦୃଶ୍ୟ ହେଇଯାଇଛ ମୋ ପାଇଁ 

ଆଉ ବୋଧେ ମୁଁ ବି ଅଲୋଡ଼ା ଏବେ ତୁମ ପାଇଁ।


ଦର୍ପଣ ପଛ ପଟେ ଦିଶୁଚି

ତୁମ ପ୍ରେମ ରୂପୀ ସ୍ମୃତି ଥିବା ଅତୀତ 

ଆଉ ବି ଦିଶୁଚି ମୋ କଳଙ୍କିତ ବର୍ତ୍ତମାନ, 

ମୋ ଯନ୍ତ୍ରଣା ଜର୍ଜରିତ ଭବିଷ୍ୟତ

ଦର୍ପଣ ଭାଙ୍ଗିଗଲେ ସେସବୁ ବି ଅଛୁଆଁ ହେଇଯିବ ସମସ୍ତଙ୍କ ପାଇଁ।


ଆଃ କି ଶାନ୍ତି !

ତୁମ ଜୀବନରୁ ବି ଗୋଟେ କାଳଗ୍ରହ ଚାଲିଗଲା ସବୁଦିନ ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract