STORYMIRROR

Satyaranjan Mishra

Romance Others

3  

Satyaranjan Mishra

Romance Others

ଅମର ପ୍ରେମ

ଅମର ପ୍ରେମ

1 min
37


ପୁନେଇ ଆକାଶ ଚାନ୍ଦ ଗୋ ତୁ ଲୋ 

ଜ୍ୟୋସ୍ନା କୁ କେ ହେବ ସରି ;

ହଳଦୀ ମୁହିଁ ତୋ ରୂପ ଦେଖି ଦେଲେ 

ଦୁନିଆ ଯାଏ ମୁଁ ପାସୋରି


ବସନ୍ତ ଋତୁ ର କୋକିଳ ସମାନ 

ଆହା କି ମିଠା ତୋ ସୁର ;

ସେ ସ୍ୱର ଶୁଣିଲେ ସମ୍ମୋହିତ ହୁଏ 

କର୍ଣ୍ଣ ମନ ପ୍ରାଣ ମୋର 


ତୋର ସବୁ ଠାଣି ଭୁବନମୋହିନୀ 

ଚାହାଣି ରେ ନେଉ କିଣି ;

ଲାଜକୁଳୀ ପରି ଲାଜେଇ ଗଲେ ମୋ 

ଚେତା ବୁଡ଼େ ସେହି କ୍ଷଣି


ଭାଗ୍ୟବାନ ମୁହିଁ ଭାଗ୍ୟଲକ୍ଷ୍ମୀ ସାଜି 

ଆସିଲୁ ଜୀବନେ ମୋର ;

ତୋ ପାଇଁ ଜିଇଁଛି ତୋ ସାଥେ ମରିବି 

ତୋର ମୋର ପ୍ରେମ ଅମର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance