ଅମର ପ୍ରେମ
ଅମର ପ୍ରେମ


ପୁନେଇ ଆକାଶ ଚାନ୍ଦ ଗୋ ତୁ ଲୋ
ଜ୍ୟୋସ୍ନା କୁ କେ ହେବ ସରି ;
ହଳଦୀ ମୁହିଁ ତୋ ରୂପ ଦେଖି ଦେଲେ
ଦୁନିଆ ଯାଏ ମୁଁ ପାସୋରି
ବସନ୍ତ ଋତୁ ର କୋକିଳ ସମାନ
ଆହା କି ମିଠା ତୋ ସୁର ;
ସେ ସ୍ୱର ଶୁଣିଲେ ସମ୍ମୋହିତ ହୁଏ
କର୍ଣ୍ଣ ମନ ପ୍ରାଣ ମୋର
ତୋର ସବୁ ଠାଣି ଭୁବନମୋହିନୀ
ଚାହାଣି ରେ ନେଉ କିଣି ;
ଲାଜକୁଳୀ ପରି ଲାଜେଇ ଗଲେ ମୋ
ଚେତା ବୁଡ଼େ ସେହି କ୍ଷଣି
ଭାଗ୍ୟବାନ ମୁହିଁ ଭାଗ୍ୟଲକ୍ଷ୍ମୀ ସାଜି
ଆସିଲୁ ଜୀବନେ ମୋର ;
ତୋ ପାଇଁ ଜିଇଁଛି ତୋ ସାଥେ ମରିବି
ତୋର ମୋର ପ୍ରେମ ଅମର