STORYMIRROR

Satyaranjan Mishra

Abstract Romance

3  

Satyaranjan Mishra

Abstract Romance

ଆହାଃ କି ଦିନର ଆରମ୍ଭ

ଆହାଃ କି ଦିନର ଆରମ୍ଭ

1 min
18


ଆହା କି ଦିନ ହେଲା ଆରମ୍ଭ 

ରାତି ହେଲା ଶେଷ 

ହାତକୁ ଆସିନି ଚା କପ 

ତଣ୍ଟିକୁ ଆସିଲା ଶୋଷ

ସକାଳୁ ମନେପଡ଼ିଲା ଆଜି 

ତୋ ଓଠର ଖିଲି ଖିଲି ହସ 

ତୋ ଅଧୁଆ ମୁହଁ ସାଙ୍ଗକୁ 

ଅଙ୍କାବଙ୍କା କେଶ ବିନ୍ୟାସ 

ସରଗ ପରୀର ଏତ 

ଅପୂର୍ବ ସକାଳୁଆ ବେଶ 

ପାଗଳ କରିବ ମୋତେ 

ଆଜି ସାରା ଦିବସ 

ଆହା କି ଦିନର ହେଲା ଆରମ୍ଭ 

ରାତି ହେଲା ଶେଷ.......।


ଆଉ ଟିକେ ପରେ ତୁ 

ମୁହଁ ଧୋଇ ସାରିଥିବୁ 

ଗାଧୋଇ ବି ସାରିଥିବୁ 

ନାଲି ଶାଢ଼ୀ ପିନ୍ଧିଥିବୁ 


ମଥାରେ ଟିକିଲି ଆଉ 

ସିନ୍ଥୀ ରେ ସିନ୍ଦୁର ନାଇଁଥିବୁ 

ଟିକେ ଟିକେ ଲାଜ କରି 

ମୋ ପାଖକୁ ଚାଲି କି ଆସୁଥିବୁ 


ହାତରେ ଚା କପ ଥିବ 

ଓଠ ରେ ଚାପା ହସ ଥିବ 

ସେଇ ହସରେ ମୋ ପାଇଁ 

ଭଲ ପାଇବା ବି ରହିଥିବ 


ତୁ ତରତର ହଉଥିବୁ 

ଡାହାଣ ହାତକୁ ମୋ 

ଚା କପ ଧରେଇଦେବୁ

ଅଳ୍ପ ଲାଜ ମିଶା ଚାହାଣି ଦେଇ 

ମୋ ପାଖରୁ ଚାଲିଯିବୁ 


ମୋ ଓଠକୁ ବି ଚାଲିଆସିବ 

ପ୍ରେମଭରା ସ୍ମିତ ହସ 

ରଙ୍ଗୀନ ହେଇଉଠିବ

ମୋ ସ୍ୱପ୍ନର ଆକାଶ 

ମୁଁ ଭାବୁଥିବି ତୁ ବି ଭାବୁଥିବୁ 

ଆହା କି ଦିନ ହେଲା ଆରମ୍ଭ 

ରାତି ହେଲା ଶେଷ.....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract