STORYMIRROR

Satyaranjan Mishra

Abstract Romance

3  

Satyaranjan Mishra

Abstract Romance

ମୁଁ ତୁମର ହେଇଥାନ୍ତି କି

ମୁଁ ତୁମର ହେଇଥାନ୍ତି କି

1 min
57

ପ୍ରିୟା.. 


ମୁଁ ହେଇଥାନ୍ତି କି ସେଇ ଫେଣୁଆ 

କ୍ଲିନିକ ପ୍ଲସ ଶାମ୍ପୂ, 

ସପ୍ତାହ ରେ ଚାରିଦିନ 

ତୁମ ମୁଁକୁଳା କେଶର କୋଣ ଅନୁକୋଣକୁ 

ଅନୁଭବ କରିଥାନ୍ତି..।


ମୁଁ ହେଇଥାନ୍ତି କି ସେଇ ସୁଗନ୍ଧିତ 

ପଣ୍ଡସ ପାଉଡର, 

ଘରୁ ବାହାରକୁ ବାହାରିଲା ବେଳେ 

ତୁମ କୋମଳ ଗୋରାଗାଲରେ ପରସ୍ତ 

ସାଜି ଚମକିଥାନ୍ତି .. ।


ମୁଁ ହେଇଥାନ୍ତି କି ସେ କଳା ରଙ୍ଗର 

କୁନି ଟିକିଲିଟିଏ , 

ତୁମ ମଥାରେ ଦୁଇ ଆଖି ମଝିରେ ରହି 

ତୁମ ସୁନ୍ଦର ଅକୁଞ୍ଚ ପ୍ରଶସ୍ତ କପାଳଟିକୁ 

ନୀତିଦିନ ଚୁମୁଥାନ୍ତି.. ।


ମୁଁ ହେଇଥାନ୍ତି କି ସେ ବ୍ଲୁ ହେଭେନ 

କମ୍ପାନୀର କାଜଲ,

ଶୁଭ ଦିନ ର ସ୍ୱତନ୍ତ୍ରତା ସାଜି 

ତୁମ କୁନି କୁନି ଆଖିର ଉଜ୍ୱଳତାକୁ 

ଶତଗୁଣ କରିଥାନ୍ତି... ।


ମୁଁ ହେଇଥାନ୍ତି କି ସେ ଗୋଲାପୀ ରଙ୍ଗର 

ଚିକିମିକି ଲିପିଷ୍ଟିକ, 

ତୁମ ସରୁ ଓଠରେ ଘଷି ହେଇ 

ସେଇ ଖିଲି ଖିଲି ମନଜିଣା ହସର 

ବ୍ୟାପକତା ବଢେଇଥାନ୍ତି..।


ମୁଁ ହେଇଥାନ୍ତି କି ତୁମ ମନ ପସନ୍ଦର 

ସେଇ ବ୍ଲୁ ଜିନ୍ସ, 

ଆଉ ସେ କଳା ରଙ୍ଗର ଟି ସାର୍ଟ 

ତୁମ ଦେହର ପ୍ରତିଟି ରୁମ ସହ ଲାଗିରହି 

ତୁମକୁ ଛୁଉଁଥାନ୍ତି..।


ମୁଁ ହେଇଥାନ୍ତି କି ସେଇ ସାତ ନମ୍ବରର 

ଷ୍ଟୋନ ଲଗା ସାଣ୍ଡାଲ, 

ତୁମ ନରମ ଦୁଇ ପାଦରେ ଛନ୍ଦି ହେଇ 

ସବୁ କଷ୍ଟକୁ ବିନା ପ୍ରତିବାଦେ ସହି ତୁମର 

ସୁରକ୍ଷା କରିଥାନ୍ତି.. ।


ମୁଁ ହେଇଥାନ୍ତି କି ତୁମ ଛାତି ଭିତରର ସେଇ 

କୋମଳ ହୃଦୟ, 

ତୁମ ଜାଣତରେ ଆଉ ଅଜାଣତରେ 

ଜାଗ୍ରତ ଆଉ ନିଦ୍ରାରେ ତୁମ ଭିତରେ ଥାଇ 

ଧୁକୁଧୁକୁ ହେଉଥାନ୍ତି.. ।


ମୁଁ ହେଇଥାନ୍ତି କି ତୁମର ଜୀବନ... 

ତୁମର ସବୁକିଛି.. 


କେବଳ ମୁଁ ହିଁ ହେଇଥାନ୍ତି କି...? 

ତୁମର ସବୁକିଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract