STORYMIRROR

Satyaranjan Mishra

Abstract Romance

4  

Satyaranjan Mishra

Abstract Romance

ମୂଲ୍ୟହୀନ ମଣିଷ

ମୂଲ୍ୟହୀନ ମଣିଷ

1 min
26

ବେଳେ ଏମିତି ଲାଗେ 

ମୁଁ ମୂଲ୍ୟହୀନ ମଣିଷ ଟେ

ସଭିଙ୍କ ଜୀବନରେ 

କଣ ବା କହିବି କାହାକୁ ।


ବେଳ ଅବେଳରେ ଭେଟ ହେଇଗଲେ 

କିଏ ମୁହଁ ମୋଡିଦିଏ ତ 

କିଏ ବାଟ ଭାଙ୍ଗି ଚାଲିଯାଏ 

କେହି ଚାହାଁନ୍ତିନି 

ମୋ ଦୁଃଖ,ସୁଖ,ଭଲ,ମନ୍ଦ 

ସୁବିଧା,ଅସୁବିଧା କଥା 

ଥରେ ପଚାରି ବୁଝିବାକୁ ।


ବେଳେବେଳେ ଏମିତି ଲାଗେ, 

ମୁଁ ମୂଲ୍ୟହୀନ ମଣିଷ ଟେ

ସଭିଙ୍କ ଜୀବନରେ... 

କଣ ବା କହିବି କାହାକୁ ।


ମୋ ସଫଳତା,

ସଭିଙ୍କ ମନରେ ଆଣିଦିଏ ଈର୍ଷା 

ମୋ ବିଫଳତା କିନ୍ତୁ 

କାହା ଉପରେ ପକାଏନି ପ୍ରଭାବ 

ମୁଁ ହସ ବାଣ୍ଟିଲେ, 

ଚଉଡା ହୁଏନି ଅନ୍ୟ କାହା ଓଠ 

ଆଉ ଦୁଃଖ ବାଣ୍ଟିଲେ 

ପ୍ରତିବଦଳେ ମିଳିଯାଏ ବିରକ୍ତି 

କେହି ଚାହାଁନ୍ତିନି 

ନିଜ ବ୍ୟସ୍ତବହୁଳ ଜୀବନରୁ 

କ୍ଷଣଟିଏ ସମୟ କାଢି 

ମୋ ମନକୁ ବୁଝିବାକୁ ।


ବେଳେବେଳେ ଏମିତି ଲାଗେ 

ମୁଁ ମୂଲ୍ୟହୀନ ମଣିଷ ଟେ

ସଭିଙ୍କ ଜୀବନରେ 

କଣ ବା କହିବି କାହାକୁ ।


ମୋ ଉପସ୍ଥିତି ବଢ଼ାଏନି 

କାହା ହୃଦୟ ର ସ୍ପନ୍ଦନ 

ଅନୁପସ୍ଥିତିରେ ବି କାହା ମନ 

ପାଏନି ତିଳେ ଆଘାତ 

ସାହାଯ୍ୟ ମାଗିଲେ ମିଳେ 

ଖାଲି ଧିକ୍କାର ଓ ତିରସ୍କାର 

ଭୁଲ କଲେ କ୍ଷମା ବଦଳେ 

ପାଏ ଗାଳି ଆଉ ଦଣ୍ଡ 

କେହି ଚାହାଁନ୍ତିନି 

ମୁଁ କାନ୍ଦୁଥିବାର ଦେଖି 

ନିଜ ହାତେ ପୋଛିଦେବାକୁ 

ମୋ ଆଖି ର ଲୁହକୁ ।


ବେଳେବେଳେ ଏମିତି ଲାଗେ, 

ମୁଁ ମୂଲ୍ୟହୀନ ମଣିଷ ଟେ

ସଭିଙ୍କ ଜୀବନରେ 

କଣ ବା କହିବି କାହାକୁ ।


ମୋ ଆତ୍ମ ସମ୍ମାନ 

ସହଜେ ମୋଡି ହେଉଥିବା ପ୍ଲାଷ୍ଟିକ ଖେଳନା 

ଆଉ ମୋ ହୃଦୟ 

ବାରମ୍ବାର ଫୁଲି, ପୁଣି ଫୁସକୀ ଯାଉଥିବା ବେଲୁନ 

ସାଥି ଖୋଜି ବସିଲେ 

ମୋତେ ମାଗେଣାରେ ମିଳିଯାଏ ଘୃଣା 

ଆଉ କାହାକୁ ପ୍ରେମ କଲେ 

ତାଠୁ ଶେଷରେ ପାଏ କେବଳ ଧୋକା 

କେହି ଚାହାଁନ୍ତିନି 

ମୋତେ ଅସହାୟ ଅବସ୍ଥାରୁ ମୁକ୍ତ କରି 

ମୋ ଏକଲା ଜୀବନର 

ସାହାରା ସାଜିବାକୁ ।


ବେଳେବେଳେ ଏମିତି ଲାଗେ 

ମୁଁ ମୂଲ୍ୟହୀନ ମଣିଷ ଟେ

ସଭିଙ୍କ ଜୀବନରେ,

କଣ ବା କହିବି କାହାକୁ ।


ଏଠି କେହି ନୁହେଁ କାହାର 

ନିଜର କି ପର 

ଆପଣା ଖୁସି କୁ ଚିହିଁ 

ସଭିଏଁ ସ୍ୱାର୍ଥପର 

ଏ ମାୟା ସଂସାରେ 

ବଂଚିବାକୁ ହେଲେ 

ସାହାରା ନ ଖୋଜି ଦରକାର 

ଏକା ଏକା ଲଢ଼ିବାକୁ

ଆଉ କାହା ଜୀବନେ 

ନ ଖୋଜି ନିଜକୁ

ଆଗେ ଜାଣିବାକୁ ହବ 

ନିଜେ ନିଜ ମୂଲ୍ୟକୁ ।


ବେଳେବେଳେ ଏମିତି ଲାଗେ,

ମୁଁ ମୂଲ୍ୟହୀନ ମଣିଷଟେ

ସଭିଙ୍କ ଜୀବନରେ

କଣ ବା କହିବି କାହାକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract