STORYMIRROR

Satyaranjan Mishra

Romance

3  

Satyaranjan Mishra

Romance

ନୀରବ ପ୍ରେମିକା

ନୀରବ ପ୍ରେମିକା

1 min
73

ପ୍ରିୟା, 


ତୁମେ କଣ ଚାହଁ ?

ଟାଇମ ମେସିନ ରେ ବସି 

ଅତୀତ କୁ ଫେରିଯାଇ 

ଠିକ ସେଇଠୁ ନୂଆ ଜୀବନ ଆରମ୍ଭ କରିବାକୁ 

ଯେଉଁଠୁ ଆମେ ପ୍ରଥମ ଥର 

ଦୁହେଁ ଦୁହିଁଙ୍କୁ ଭେଟିଥିଲେ ?


ତୁମେ କଣ ଚାହଁ ?

କଣ୍ଟ୍ରୋଲ ଏବଂ ଡିଲିଟ ସୁଇଚ କୁ 

କି ବୋର୍ଡ ରେ ଏକ ସଙ୍ଗେ ଚିପି 

ଲିଭେଇଦେବାକୁ ମନର ସବୁ ସ୍ମୃତି ଆଉ 

ତୁମ ଆଖି ରେ ଝଲସୁଥିବା ମୋ ଚେହେରା କୁ 

ଯିଏକି ସବୁ ରାତିରେ ତୁମକୁ 

ହଇରାଣ କରେ ସ୍ବପ୍ନ ରେ ?


ତୁମେ କଣ ଚାହଁ ?

ଆଲକହଲିକ ସାନିଟାଇଜର ରେ 

ଲାଇଫ ବଏ ସାବୁନ ମିଶେଇ 

ଧୋଇଦେବାକୁ ତୁମ ଚରିତ୍ର ର କଳଙ୍କ ଆଉ 

ମାରିଦେବାକୁ ମୋଠୁ ସଂକ୍ରମିତ ପ୍ରେମରୂପୀ ଭୂତାଣୁ କୁ

ଯାହା ଗୋଟେ ବଡ଼ କଳାଦାଗ ପରି ଦିଶେ

ତୁମ ଗୋରା ଦେହ ରେ ?


ତୁମେ କଣ ଚାହଁ ?

ଲକଡାଉନ ଅବଧି କୁ ବଢେଇ ଦେଇ 

ନିଜ କୁ ନିଜେ କ୍ଵାରନ୍ଟାଇନ ରେ ବନ୍ଦୀ କରି 

ମୋ ସହ ଲୁଚକାଳି ଖେଳିବାର ଅଭିନୟ କରି 

ସତସତିକା କିଛିଦିନ ଅଦୃଶ୍ୟ ହେଇଜିବାକୁ 

ଯେମିତି ମୁ ବି ପ୍ରେମ ଭୁଲି ଜିଇଁବା ଶିଖିଯିବି 

ତୁମ ଅନୁପସ୍ଥିତି ରେ ?


କୁହ ତ ତୁମେ କଣ ଚାହଁ 

ଏତେ ଚୁପ କାହିଁକି 

ଉତ୍ତର ଦିଅ ପ୍ରିୟା 

ଉତ୍ତର ଦିଅ.......... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance