STORYMIRROR

Satyaranjan Mishra

Abstract Romance

3  

Satyaranjan Mishra

Abstract Romance

ନିଃସଙ୍ଗତା

ନିଃସଙ୍ଗତା

1 min
27

ମସ୍ତିଷ୍କର ସ୍ନାୟୁ ଦ୍ୱାରା ଆଙ୍ଗୁଳି ଅଗ୍ରକୁ 

ଆଦେଶ ଦିଏ ମନ 

ନିଃସଙ୍ଗତା ରୂପକ ଏ ଜ୍ୱାଳା 

ଆଉ ସହି ହୁଏନା......।


ଦୂରଭାଷରେ ମନ କଥାକୁ 

ବାର୍ତ୍ତା ରୂପେ ଟାଇପ କରି 

ପଠେଇଦିଏ ମନର ମଣିଷ

ପାଖକୁ ଚଟକୀନା.......।


ପିଞ୍ଜରାରୁ ମୁକ୍ତ ଚଢେଇଟି 

ତତକ୍ଷଣାତ ଉଡ଼ିଗଲା ପରି 

ପ୍ରେମ ଭରା ସୁନ୍ଦର ବାର୍ତ୍ତାଟି 

ଉଡ଼ିଯାଏ ଫୁରକିନା......।


ଆଉ ଜଣକ କୋମଳ ହାତରେ 

କମ୍ପନ ଓ ଆଲୋଡନ ସୃଷ୍ଟି କରି 

ପରଦା ଉପରେ ବାର୍ତ୍ତାଟି 

ଭାସି ଉଠେ ଵିପ୍ କିନା....।


"ଏଇ.. କଣ କରୁଛ ?"

ଉତ୍ତର ଆସେ, " ବସିଛି "

"ଖାଇଲଣି ତୁମେ ?"

ଉତ୍ତର ଆସେ, "ହଁ "

"ଦେହ ଭଲ ଅଛି ତୁମର ?"

ଉତ୍ତର ଆସେ "ହଁ "

"ପାଠ ପଢା ଠିକ ଠାକ ତ ?"

ଉତ୍ତର ଆସେ "ହଁ "

"ଘରେ ସମସ୍ତେ ଭଲ ଅଛନ୍ତି ?!

ଉତ୍ତର ଆସେ "ହଁ "

"ଆଉ ସବୁ କିଛି କୁଶଳ ତ ?

ଉତ୍ତର ଆସେ "ହଁ "


ଏ କି କଥା ଯେ?

କଣ ପ୍ରତ୍ୟୁତ୍ତର ଦେବାକୁ 

ତୁମେ ଆସିପାରିବନି 

ସେ "ହଁ "ଶବ୍ଦର ସୀମା ଡେଇଁ....... ?


ଏ କି କଥା ଯେ ?

ମନକଥା ପରିପ୍ରକାଶ ପାଇଁ 

ତୁମ ଶବ୍ଦ କୋଷରେ ଶବ୍ଦ ନାହି

ସେ "ହଁ " ଶବ୍ଦକୁ ବାଦଦେଇ.......?


ଚାପିଦେଇ ମନ ର ବେଦନା 

ଶେଷ ଥର ପାଇଁ ପଚାରିଥାଏ 

"କଣ ଆଉ କିଛି କହିବ କି ?"

ଉତ୍ତର ଆସେ, "ନା "


ଚିତ୍କାର କରି ଉଠେ ମନ 

ବିଦ୍ରୋହ କରେ ହୃଦୟ 

କାନ୍ଦ କାନ୍ଦ ହୁଏ ଆଖି 

ପାଟି କିଛି କହିପାରେନା....।


ପାଟି ଖୋଲିବାର ପରିଣାମ

ନିଜ ଲୋକ ସହ ସମ୍ପର୍କ ଛିନ୍ନ 

ଆଉ ତା ସହ ବିନା ସମ୍ପର୍କରେ 

ମଣିଷ ଆଦୌ ବଞ୍ଚିପାରେନା.....। 


ନା.. ନା.. ତାକୁ ସବୁଦିନ ପାଇଁ 

ହରେଇବାଠୁ ଶ୍ରେୟସ୍କର 

ସବୁଦିନ ତାଠୁ ଶୁଣିବା 

କେବଳ " ହଁ "ଆଉ" ନା "....।


ନା.. ନା... ତାକୁ ସବୁଦିନ ପାଇଁ 

ନୀରବ ଦେଖିବା ଠୁ ଶ୍ରେଷ୍ଠ 

ସବୁଦିନ ତାଠୁ ଶୁଣିବା 

କେବଳ "ହଁ " ଆଉ "ନା "...।


ନା.. ନା... ତାଠୁ ଦୂରେଇଯାଇ 

ନିଃସଙ୍ଗତା ରେ ଜିଇଁବା ଠୁ ଭଲ 

ସବୁଦିନ ତାଠୁ ଶୁଣିବା

କେବଳ " ହଁ " ଆଉ " ନା "....।


"ବାଏ" ବୋଲି ଟାଇପ କରି 

ଯନ୍ତ୍ରକୁ ପାକେଟରେ ରଖି 

ପୁଣି ନିସଙ୍ଗ ପାଲଟିଯାଏ 

ଅମାନିଆ ମନ ଫଟକିନା....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract