STORYMIRROR

Satyaranjan Mishra

Abstract Romance

4  

Satyaranjan Mishra

Abstract Romance

କେଜାଣି କାହିଁକି

କେଜାଣି କାହିଁକି

2 mins
56

ଭାରି ଇଚ୍ଛା ହୁଏ 

ସୁନ୍ଦର ତୂଳୀଟିଏ ଧରି 

ଆଙ୍କିଦିଅନ୍ତି କି 

ତୁମ ହସ ହସ ମୁହଁର 

ଛବିଟିଏ.... 


ଆହୁରି ବି ଇଚ୍ଛା ହୁଏ 

ସୁନ୍ଦର ଶବ୍ଦ ମାନଙ୍କୁ ନେଇ 

ଲେଖିଦିଅନ୍ତି କି 

ତୁମ ବିଷୟରେ 

କବିତା ଟିଏ..... 


କିନ୍ତୁ କେବଳ 

ସୁନ୍ଦର ତୁଳୀ ରେ କଣ 

ଚିତ୍ର ଅଙ୍କାଯାଏ ?

କିନ୍ତୁ କେବଳ 

ସୁନ୍ଦର ଶବ୍ଦରେ କଣ 

କବିତା ଲେଖାଯାଏ ?


ଆରେ ସେଥିପାଇଁ ତ ଦରକାର ହୁଏ 

ସୁନ୍ଦର ମନଟିଏ 

ପ୍ରେମରେ ପରିପୂର୍ଣ୍ଣ 

ସୁନ୍ଦର ହୃଦୟଟିଏ 


ମୁଁ ଜାଣେ 

ଅଛି ମୋ ପାଖେ ସୁନ୍ଦର ମନ 

ମୋ ହୃଦୟ ବି ପ୍ରେମରେ ପୂର୍ଣ୍ଣ 

କିନ୍ତୁ ପାରୁନି ମୁଁ ତୁମ ପାଇଁ 

ଚିତ୍ର ଟିଏ ଆଙ୍କି ?

ପାରୁନି ମୁଁ ତୁମ ପାଇଁ କବିତାଟିଏ ଲେଖି ?


କେଜାଣି କାହିଁକି ?....


ଇଚ୍ଛା ହୁଏ ଭାରି 

ସକାଳୁ ଉଠି ତୁମର

ଅଧୁଆ ମୁହଁକୁ, 

ଅପଲକ ନୟନରେ ବସି 

ଦେଖୁଥାନ୍ତି କି.. 


ଇଚ୍ଛା ହୁଏ ଆଉ 

ତୁମ ପାଖରେ ବସି, 

ଟିପିଟିପି ସ୍ୱରରେ 

ମନଖୋଲି ଢେର ସାରା 

କଥା ହୁଅନ୍ତିକି..... 


ଆହୁରି ବି ଇଚ୍ଛା ହୁଏ 

ତୁମ ହସ ହସ ମୁହଁକୁ 

ମୋ ଦୁଇ ହାତେ ତୋଳି 

ତୁମ କପାଳେ ଗାଢ଼ ଚୁମ୍ବନଟିଏ 

ଆଙ୍କିଦିଅନ୍ତିକି...


କିନ୍ତୁ କରିବି କଣ? 

ଡର ଲାଗୁଚି ମୋତେ...

ଆମ ସମ୍ପର୍କର ନା ଦେବୀ କଣ? 

ତୁମର ମୋର ସମ୍ପର୍କ ତ 

ପ୍ରେମ ସମ୍ପର୍କ ନୁହେଁ ନା 

ତୁମର ମୋର ସମ୍ପର୍କ ତ 

ରକ୍ତର ସମ୍ପର୍କ ନୁହେଁ ନା... 


ଡର ଲାଗୁଚି ମୋତେ 

ଏ ଦୁନିଆ ମୋତେ 

କଣ କହିବ ?

ଦୁନିଆ କଥା ଛାଡ 

ଆରେ ତୁମେ ମୋତେ

କଣ ଭାବିବ ?


ବିଶ୍ୱାସଘାତକର ନାଁ ଦେଇ 

ମୋତେ ପର କରିଦେବ ନା.. 

ମିଛୁଆରାଧୁଆର ସଂଜ୍ଞା ଦେଇ 

ମୋ ପାଖୁ ଦୁରେଇ ଯିବ ନା ...

ମୋ ହୃଦୟକୁ ଭାଙ୍ଗି ଦେଇ 

କଡା କଡା କଥା କହି 

ଶେଷରେ ସବୁଦିନ ପାଇଁ 

ଛାଡି ଚାଲିଯିବନା ?


ହେଲେ ମୋ ଭୁଲ କଣ ?

ତୁମ ଜୀବନକୁ ଆସିବା ?

ତୁମକୁ ଆପଣାର ମାନିବା ?

ତୁମ କଥା ଭାବିବା ?

ତୁମକୁ ନେଇ ସ୍ବପ୍ନ ଦେଖିବା ?

ନା, ଆଉ କିଛି ?


ଡର ଲାଗେ ମୋତେ 

ତୁମ ବିନା ବଞ୍ଚିବି କେମତି ?

ସବୁ ଇଚ୍ଛା କୁ ଭୁଲିଯଇ 

ଆଗକୁ ଯିବି ମୁଁ କେମତି?? 


ଡର ଲାଗେ ମୋତେ 

ତୁମକୁ କଣ ସବୁଦିନ ପାଇଁ ଭୁଲି ପାରିବି?? 

ନା ତୁମ ସେ ହସୁଥିବା ମୁହଁ କୁ ଭାବି 

ସାରା ଜୀବନ କାନ୍ଦିବି ?

ତୁମ ପାଇଁ କଣ ଆଉ କେବେ 

ଚିତ୍ର ଟିଏ ଆଙ୍କିପାରିବି ?

ନା ଆଉ କେବେ ସୁନ୍ଦର ଶବ୍ଦ ଖୋଜି 

ତୁମ ପାଇଁ କବିତା ଲେଖିବି ?


ମୁଁ ତ ଏତେ ଡରୁଆ ନଥିଲି 

ଆଜି ମୁଁ ଏତେ 

ଡରୁଆ କାହିଁକି? 

ତୁମ ବିନା ଗୋଟେ ମୁହୂର୍ତ୍ତ କାଟିବା

କଥା ଭାବିଲାବେଳକୁ

ମୁଁ ଡରୁଚି କାହିଁକି ?


କଣ ଯାଦୁ କଲ ତୁମେ 

ଏତେ ଶୀଘ୍ର ନିଜର ହେଇଗଲ

ଆଉ ମୋତେ ବି ନିଜର କରିଦେଲ

ତୁମ ସହ ରହିବା ବି କଷ୍ଟ 

ଆଉ ତୁମଠୁ ଦୂରେଇବା ସତଗୁଣ କଷ୍ଟ..


ମୁଁ କରିବି କଣ ?

ଯିବି ମୁଁ କେଉଁ ରାସ୍ତାରେ ?

ଆଜି ମୁଁ ପାରୁନି ବୁଝି କିଛି.. 

ବେସାହାରା ପାଲଟି ଯାଇ, 

ଜୀବନରେ ପ୍ରଥମ ଥର 

ନା ଆଗକୁ ଯାଇପାରୁଛି 

ନା ପଛକୁ ଫେରିପାରୁଛି 

ଏସବୁ ମୋ ସହ ହିଁ ହେଉଛି

କେଜାଣି କାହିଁକି?? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract