STORYMIRROR

Satyaranjan Mishra

Abstract Romance

3  

Satyaranjan Mishra

Abstract Romance

ଲୋଡ଼ା ନାହିଁ

ଲୋଡ଼ା ନାହିଁ

1 min
48


ଲୋଡ଼ା ନାହିଁ ମୋତେ ତୁମ 

ଘର ର ଠିକଣା 

ଯେଉଁଠିକୁ ଚିଠି ଦେଲେ 

ଉତ୍ତର ଫେରେନା 


ଲୋଡ଼ା ନାହିଁ ମୋତେ ତୁମ 

ସୁନ୍ଦର ଚେହେରା 

ଯାହା ପାଇଁ ଖୋଲାରୁହେ 

ଆଖି ରାତିସାରା 


ଲୋଡ଼ା ନାହିଁ ମୋତେ ତୁମ 

ମିଠା ମିଠା କଥା 

ଯଦି ଆଜି ବୁଝୁନାହଁ 

ମୋ ମନର ବ୍ୟଥା 


ଲୋଡ଼ା ନାହିଁ ମୋତେ ତୁମ 

ସ୍ନେହ ରୂପୀ ପ୍ରେମ 

ଯାହା କରି ପାରୁନି ମୋ 

ଯନ୍ତ୍ରଣା କୁ କମ 


ଲୋଡ଼ା ନାହିଁ ମୋତେ ତୁମ 

ଜୀବନେ ରହିବା 

ରହିବାର ମାନେ ଯଦି 

କେବଳ କାନ୍ଦିବା 


ଲୋଡ଼ା ନାହିଁ ମୋତେ ତୁମ

ହୃଦେ ଅଧିକାର 

ଯଦି ମୋ ପାଇଁ ଦୋହଲେ 

ତୁମ ସୁଖ ସଂସାର...। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract