ଦେଶ ଶାସନରେ ଆମ ଭୂମିକା
ଦେଶ ଶାସନରେ ଆମ ଭୂମିକା
ଏ ଦେଶ ମୋର ମୁଁ ଏ ଦେଶର
ଏଇ ଭାବନାକୁ ନେଇ।।
ସଭିଏଁ ଏ ଦେଶ ଅମୃତ ସନ୍ତାନ
ଆମେ ତ ଭଉଣୀ ଭାଇ ।।
ଲଢ଼ିଛେ ଆମେ ବିଦେଶୀ ସାଥୀରେ
ଲେଖାଅଛି ସ୍ୱର୍ଣ୍ଣାକ୍ଷରେ ।।
ଅମର ଜବାନ ଜ୍ୟୋତି ଜଳେ ଦେଖ
ଝାସିଲେ ଜୀବନ ବୀରେ।।
ରହିଗଲେ ଯେତେ ଆଗାମୀ ଚାହିଁ
ଦେଶର ମୁଖିଆ ହେଲେ ।।
ଲେଖିବାକୁ ଦେଶ ଶାସନ ଖସଡ଼ା
ବାବା ସାହେବଙ୍କୁ ଦେଲେ।।
ସମ୍ବିଧାନ ହେଲା ସବୁଠାରୁ ଶ୍ରେଷ୍ଠ
ଭାରତ ଅନୁଶାସନେ।।
ଜ୍ଞାନର ପ୍ରତୀକ ବୋଲାଇଲେ ସିଏ
ବିଶ୍ଵ କୋଣାନୁକୋଣେ ।।
ନିଜ ଦେଶ ସମ୍ବିଧାନ ଲେଖିବାର
ସମର୍ଥ ନାହିଁ କାହାର ।।
ଏକାକୀ ଲେଖିଲେ ଧନ୍ୟ ତୁମେ ବାବା
ସାହେବ୍ ଆମ୍ବେଦକର।।
ଏଇ ସମ୍ବିଧାନ ସଂସଦ ମନ୍ଦିରେ
ସର୍ବଶ୍ରେଷ୍ଠ ଗ୍ରନ୍ଥାବଳୀ ।
ତଥାପି କନ୍ଦଳ ଚାଲେ ସଂସଦରେ
ବିଭ୍ରାଟ ଉପୁଜେ କଳି ।।
ଏକ ଧର୍ମ ଆମ ମାନବୀୟ ଧର୍ମ
କହେ ଆମ ସମ୍ବିଧାନ ।।
ଜାତି ଭେଦଭାବ ନାହିଁ ସେଠି କିଛି
ସଭିଏଁ ଏକ ସମାନ ।।
ମମତା, ସମତା, ଭ୍ରାତୃଭାବ ବାର୍ତ୍ତା
କହେ ବି ବେଦ ପୁରାଣ ।।
ନ ମାନୁଛି ଯିଏ ଏ ଦେଶର ସିଏ
ନିଶ୍ଚେ ଅସଭ୍ୟ ସେ ଜାଣ।।
ଦେଶ ଆମ ଯେବେ ହୋଇଲା ସ୍
ଵାଧୀନ
ଆମେ ହେଲେ କର୍ଣ୍ଣଧାର ।।
ଶପଥ କରିଲୁ ମେଣ୍ଟେଇବା ଦୁଃଖ
ଏ ଦେଶ ଜନତାଙ୍କର ।।
ମେଣ୍ଟିଲାନି ଶୋଷ ପାଣି ଟୋପେ ପାଇଁ
ଲୋକେ ହେଲେ ନାରଖାର ।।
କେମିତି କହିବା ବିଦେଶୀ ହଟେଇ
ଆମେ ହେଲେ ସରକାର।।
କେଉଁଠି ମାଫିଆ ରାଜୁତି ଚାଲିଛି
ଠିକାଦାର ମାଲାମାଲ୍ ।।
କିଏ ନେଇଯାଏ ସରକାରୀ ଜମି
ଚାଲେ ଅସାଧୁ ବିଚାର ।।
ଈଶ୍ୱର ଆବାସ ଗଢ଼ିହୁଏ ହେଲେ
ଗରିବକୁ ନାହିଁ ଘର ।।
ଖାଦ୍ୟ ନିରାପତ୍ତା ବଳେ କିଏ ପାଏ
କିଲେ ଟଙ୍କାରେ ଚାଉଳ।।
ଧନୀ ଦେଖି ତାକୁ ସହି ପାରେନାହିଁ
ହୁଏ ସଦା ଚକ୍ଷୁଶିଳ ।।
ଭୂଦାନ ଦେଲେନି, ଦେଲେନି ଆବାସ
ଅରଣ୍ୟ ଆବୋରି କିଏ ।।
ବନ ଜଙ୍ଗଲକୁ ଆବୋରି ନେଇକି
ଜମି ଚଷୀ ଫଳ ଦିଏ ।।
ସେ ହୋଇ ପାରେନା ସୁଯୋଗ୍ୟ ସନ୍ତାନ
ବାଲି ମାଫିଆଏ ହେଲେ ।।
ଜଙ୍ଗଲ ମାଫିଆ ଜଙ୍ଗଲ ଲୁଟିଲେ
ଜେଲ୍ କେତେକ ଗଲେ ।।
ସୁଖୀ ହେବା ଆମେ ଖୁସି ହେବ ଦେଖି
ଆମର ପଡିଶା ଭାଇ ।।
ବୁଝିବା ଆମର ପଡୋଶୀ ଘରର
ଖାଇଛି କି ଆଜି ନାହିଁ ।।
ସେଇ ହେବ ଆମ ଶ୍ରେଷ୍ଠ ମାନବତା
ବିଶ୍ୱକୁ ଅବଦାନ ।।
ଆମ ଦେଶ ପାଇଁ ଆମେ ରକ୍ତ ଦେଇ
ରଖିବା ଦେଶର ନାମ ।।