Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Horror

4  

Santosh Kumar Ojha

Horror

ଅତୃପ୍ତ ଆତ୍ମା

ଅତୃପ୍ତ ଆତ୍ମା

1 min
582


ଆତ୍ମା ଆସେ

କିଛି ନୂଆ ଆଶା

କିଛି ବିଶ୍ବାସ ଓ

କିଛି ନୂଆ ଉଦ୍ଦୀପନା ,

କିଛି କାମନା, ବାସନା

କିଛି ସୁଖ କିଛି ଯାତନା

ଏବଂ କିଛି ସଂଭାବନା ।

ବର୍ଷ ମାସ ଦିନ ଦଣ୍ଡର ସମାହାର

କିଛି ଆୟୁଷକୁ ଆଶ୍ରା କରି 

କିଛି ବୟସକୁ ବିଶ୍ବାସ କରି

କିଛି କିଛି ସପନକୁ ଭରସା କରି

ଆତ୍ମା ଆସେ ।

ଏ ସବୁକୁ ପୁରା କରିବାକୁ

ଖୋଜେ ସାଥି ଟିଏ, ରାତି ଟିଏ

ପ୍ରୀତି ଧାରେ, ରତି ଖିଏ ।

କେବେ ମିଳି ଯାଏ 

ହାତ ପାହାନ୍ତାରେ ତ

କେବେ ଜଳି ଯାଏ

ଜୀଅନ୍ତା ଜୁଇରେ ।

ମିଳି ଗଲେ ସରି ଯାଏ

ସରି ଗଲେ ମରି ଯାଏ

ମରି ଗଲେ ତରି ଯାଏ

ତରି ଗଲେ ଖୋଜୁ ଥାଏ

ଆଉ ଏକ ନୂତନ ସକାଳ ,

ନମିଳିଲେ  ଖୋଜୁ ଥାଏ

ଖୋଜି ଖୋଜି ହଜି ଯାଏ

ହଜି ପୁଣି ଖୋଜୁ ଥାଏ

ଖୋଜୁ ଖୋଜୁ ଅଟକି ଯାଏ ନିଶ୍ବାସ,

ବୟସ ହରେଇ ଦିଏ ବିଶ୍ବାସ

ଆକସ୍ମିକ ସରି ଯାଏ ଆୟୁଷ ।

ସବୁ ଓଲଟ ପାଲଟ

ଆତ୍ମା ଅମର, 

ପାଏ ନାହିଁ ବାଟ ମୁକ୍ତିର ,

ପାଏ ନାହିଁ ଘଟ ଶକ୍ତିର

ଘୂରି ବୁଲେ ଅନନ୍ତ କାଳକୁ ।

ଅତୃପ୍ତ ଆତ୍ମା ଟିଏ ହେଇ

ଈପ୍ସିତ ଇଲାକାରେ ।

     


Rate this content
Log in