STORYMIRROR

Suchismita Behera

Drama Horror Action

3  

Suchismita Behera

Drama Horror Action

ଭୟ

ଭୟ

1 min
156

ନିଃଶବ୍ଦ ରାତ୍ରିରେ, ଘନ ଅନ୍ଧକାରରେ

ଚନ୍ଦ୍ରମାର ଶିଥିଳତା ସହ କୋଠରିର ସୁନେଲୀ ଆଲୋକରେ

ବାଦୁଡି ମଣ୍ଡଳୀର ଆଙ୍ଗିକକୁ ଶିଆଳର ଉଚ୍ଚ ଡାକରାରେ

ମନ ହୁଏ ଅସ୍ତବ୍ୟସ୍ତ ସଂକଟମୟ ଭୟରେ ।


କେବେ ମନେପଡେ କିଛି ଅପରିହାର୍ଯ୍ଯ ଘଟଣା

ଥରି ଯାଏ ମନ ପୁଣି, ଆଉ ଭୁଲି ହୁଏନା

କିଟିମିଟିଆ ଅନ୍ଧାରର ସେ ଅସାଧାରଣ ଅନୁଭବ 

ଡରରେ ବୁଡିରହେ ମନ, ହୁଏ ଆତ୍ମବିଶ୍ୱାସର ଅଭାବ ।।


ସେଇ ଚନ୍ଦ୍ରମାର ଆଗେ ଦେଖାଯାଏ ଜଣେ ବିଶାଳ

ଲାଗେ ଯେପରି ଜୀବନ ଫେରିପାଏ କଙ୍କାଳ 

ଚେହେରାରୁ ଅଚିହ୍ନା ସେ, ଭାବ ଲାଗେ ଅଦ୍ଭୁତ 

ଅଜଣା ଦିଶିଲେ ବି' ଜଣାଶୁଣା ହୁଏ ପ୍ରତୀତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama