କନ୍ୟା ଭ୍ରୁଣ ହତ୍ୟା
କନ୍ୟା ଭ୍ରୁଣ ହତ୍ୟା
ଯୁଗେ ଯୁଗେ ପ୍ରେମ ଆନନ୍ଦ ର ପ୍ରତି ମୂର୍ତ୍ତି
ସାଜି ସଦା ସୁପୂଜିତ ଅଟେ ନାରୀ ଜାତି ।
ନାରୀ ହିଁ ମହାନ କରେ ସାହିତ୍ୟ ସଂସ୍କୃତି
ଅବର୍ଣ୍ଣନୀୟ ମହିମା ବିପୁଳ ବିଭୂତି
ମାତ୍ର ଏହି ସମ୍ପ୍ରତିକ ସମୟ ରେ ସ୍ଥିତି।
ଘୋର ଅନ୍ଧକାର ମୟ ଆଜ୍ଞାନ ତାମସେ
ଦାୟୀ ସେ ହୁଅଇ ଆପେ ଆପଣ ବିନାସେ।
ଭର୍ଯ୍ୟା , ଭଗ୍ନୀ , ଜାୟା , କର୍ନ୍ୟା ଓ ଜନନୀ,
ଭବେ ଚିର ସୁ-ପୂଜିତ ଥିଲେ ଯେଉଁ ନାରୀ ।
ସମୟ ଚକ୍ରରେ ଆଜି ଜଂଜଳ କବଳେ
ପଡ଼ି ବହୁ ଅନାଚର ଘଟାଏ ସେ ହେଲେ।
ଆର୍ଯ୍ୟ ସଂସ୍କୃତିର ପ୍ରତୀକ ଯେ ଥିଲା
ମଣିଷର କୁସଂସ୍କାର ବାଜି ନାଶ ହେଲା।
ସାମାଜିକ ଅପରାଧେ ନିତ୍ୟ ବିଜଡ଼ିତ
ସାଂସ୍କୃତିକ ମହତ୍ଵ ର ଅବକ୍ଷୟୁ ଜାତ ।
ଯେତେ ସବୁ ସମସ୍ୟା ର ହୁଏ ସେ ଛନ୍ଦିତ
କନ୍ୟା ଭ୍ରୁଣ ହତ୍ୟା ରେ ବି ଅଛି ନାରୀ ହାତ ।
ସାମାଜିକ ସାଂସ୍କୃତିକ ପରମ୍ପରା ହ୍ରାସ
ପାଇବାରେ ମଧ୍ୟ ଅଟେ ଦାୟୀ ଏ ସମସ୍ତ।
ପାଶ୍ଚାତ୍ୟ ଦେଶ ର ଶିକ୍ଷା ସଂସ୍କୃତି ପ୍ରଭାବେ
ଅବନତି ପଥେ ସର୍ବେ ଧମନ୍ତି ସବେଗେ।
ନୃଶଂସ ସାଜି ସେ ହତ୍ୟା କରିବା ରେ ଲାଗି
ଏବେ ଲୁଚା ଓ ଚୋରାରେ ବହୁ ଦୋଷେ ଆଜି।
ରହି ଆସିଅଛି ଲିପ୍ତ ନାନା ଅଘଟନେ
କନ୍ୟା ଭ୍ରୁଣ ହତ୍ୟା ଏବେ ବଢେ ଦିନୁଦିନେ।

