Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Horror Tragedy Action

3  

Satyanarayan Sahoo

Horror Tragedy Action

ରେଳ ଦୁର୍ଘଟଣା

ରେଳ ଦୁର୍ଘଟଣା

1 min
165



ଆହା କି ଭୀଷଣ ରେଳ ଦୁର୍ଘଟଣା

 ଘଟି ଚାଲେ ନିତି ନିତି

ଆମରି ଦେଶର ବିଭିନ୍ନ ଅଞ୍ଚଳେ

ଅକଳନ କ୍ଷୟକ୍ଷତି ।

ଭୀଷଣ କରାଳ ବିଭୀଷିକା କମ୍ପେ

 ଅନ୍ତର ଉଠେ ଶିହରୀ

ବଢ଼ି ଚାଲିଅଛି ଏବେ ଦିନୁ ଦିନ

ଲାଗେ ଜନ ମନେ ଭୀତି ।

କେତେ ମୃତାହତ ହୁଅନ୍ତି ମାନବ

ଯୁବା-ବୃଦ୍ଧ-ନାରୀ-ଶିଶୁ

ଭୟଙ୍କର ରେଳ ଦୁର୍ଘଟଣା ଘଟି

ଜଣକ ଭୁଲ୍ ସକାଶୁ ।

ଏକ ଧାରଣାରେ ଏକାଧିକ ରେଳ

ଭୁଲ୍ ରେ ଯେବେ ପଶଇ

ଆହା କେତେ ଭୟଙ୍କର ଦୁର୍ଘଟଣା

ଦିଏ ନିମିଷେ ଘଟାଇ ।

ହରିନିଏ ପ୍ରାଣ ଅଶେଷ ଜୀବନ

ଏ ଲୌହ ଦାନବ ଯାନ

ଛଟପଟ ହୋଇ ଅଶେଷ ଯନ୍ତ୍ରଣା

ଅକାରଣେ ପା'ନ୍ତି ଜନ ।

କେଡେ ନିଦାରୁଣ ଅଟେ ଏହି ଯାନ

ଘଟାଏ ଯେ ଅଘଟଣ

ନିତିଦିନ ନାନା ସ୍ଥାନେ ନାନା ମତେ

ଅଶେଷ ଧନ ଜୀବନ ।

ହାନୀ କରୁଅଛି ଜାଣି ନ ପାରନ୍ତି

ଆଶ୍ଚର୍ଯ୍ୟର କଥା ଏହି

କମ୍ପ୍ୟୁଟର ଯନ୍ତ୍ର ବ୍ୟବହାର କରି  

ରେଳ ଗାଡ଼ିକୁ ଚଳାଇ ।

ଥିଲେ ବି ମଣିଷ ତ୍ରୁଟି ହେତୁ ଦିଏ

 ନିତ୍ୟେ ଦୁର୍ଘଟଣା କରି 

କାନ୍ଦଣା ବୋବାଳି ଭିତରେ ଉଛୁଳି

ଉଠେ ଦୁର୍ଘଟଣା ସ୍ଥଳୀ ।

ଉଦ୍ଧାର କାର୍ଯ୍ୟରେ ଲାଗି ରହି ବହୁ

 ମୂଲ୍ୟ ଜୀବନ ଫେରାଇ

 ଆଣିବା ପାଇଁ କି ଚେଷ୍ଟା ଜାରି ରଖି

ଆଗଭର ଥା'ନ୍ତି ହୋଇ ।

ଆହତଙ୍କ ଆର୍ତ୍ତ ଚିତ୍କାରରେ କମ୍ଫି

ଉଠେ ଦୁର୍ଘଟଣା ସ୍ଥଳୀ

ଡାକ୍ତରଖାନାକୁ ନେବାରେ ବିଳମ୍ବ 

ପାଇଁ କେତେ ଯା'ନ୍ତି ମରି ।

ଲୋକ ଗହଳିରେ ଭରିଦିଏ ସିନା

ସ୍ଥାନ ଓ ଡାକ୍ତରଖାନା 

ଅନ୍ୟ ରେଳ ସେହି ପଥ ଦେଇ ଆଉ

ଯା ଆସ କରି ପାରେନା ।

ସେଥିପାଇଁ ପୁଣି ନୀରିହ ଜନତା

ସହନ୍ତି ବହୁତ କ୍ଷତି 

ବହୁତ ସମୟ ଅଯଥାରେ ଯାଏ

ଏଥିପାଇଁ କି ବିତି ।

ସରକାରଙ୍କର ତରଫରୁ ମିଳେ

କ୍ଷତି ପୂରଣ ଟି ସିନା 

ମଣିଷ ମନରୁ ଲିଭି ତ ନଯାଏ

ଅଭୁଲା ସ୍ମୃତି ଯାତନା ।

କଷ୍ଟ ପୀଡ଼ା ତାପ ପ୍ରବାହ ଅମାପ

 ସହି ସହି ବିତେ ଦିନ

ରେଳ ଦୁର୍ଘଟଣା ହେତୁରୁ ଅସଂଖ୍ୟ

ଜୀବନ ହୁଏ ଉଚ୍ଛନ୍ନ ।




Rate this content
Log in

Similar oriya poem from Horror