STORYMIRROR

Debabrata Mishra

Abstract Horror Action

3  

Debabrata Mishra

Abstract Horror Action

ଆତ୍ମହତ୍ୟା ଏକ କବିତା

ଆତ୍ମହତ୍ୟା ଏକ କବିତା

1 min
161


କବିତା ଶୀର୍ଷକ ଦେଖି କରିବନି ଭୟ

ଈଶ୍ୱର ଦିଅନ୍ତୁ ପ୍ରତି ପାଠକକୁ ଆଶିଷ ଅଭୟ,

ଆତ୍ମହତ୍ୟାର ମାନେ ଆଉ କ'ଣ କି

ନିଜ ମନର ହତ୍ୟା ନିଜ ଇଚ୍ଛାର ହତ୍ୟା

ନିଜ ଆଶାର ହତ୍ୟା ନିଜ ସ୍ୱପ୍ନର ହତ୍ୟା

ନିଜକୁ ଜୀବିତ ରଖିବାର ବାଧ୍ୟବାଧକତାରେ

ନିଜକୁ ପ୍ରତିକ୍ଷଣରେ ଜୀବନ୍ତ ହତ୍ୟା

ଶରୀର ହତ୍ୟା ତ ଥରେ ମାତ୍ର ହୁଏ

ସବୁଦିନ ମରୁଥାଏ ଆତ୍ମାଟିଏ ଭିତରେ

ସବୁଠାରୁ ଦୁର୍ଦ୍ଧଷ ହତ୍ୟା ତ ଆତ୍ମାର ହତ୍ୟା,


ଶରୀର ହତ୍ୟା ହେଲେ ପାଲଟେ ଶବ

ମନର, ଆତ୍ମାର ହତ୍ୟା ଅଦୃଶ୍ୟ ଅଠାବ

ତୁଚ୍ଛ ଲାଗେ ଉପଦେଶ, ପରାମର୍ଶ ଆଦି

ଯେବେ ଏକାକୀ ହୁଏ ଅସହାୟ ହୃଦୟ ରବି

ଲୁହ ପାଗଳ ପରି ହସେ ଆଖି ପଲକରେ

ହସ ପାଗଳ ପରି ଅଜସ୍ର କାନ୍ଦେ ଓଠରେ

ଆତ୍ମହତ୍ୟା କରିଥିବା ମଣିଷ ଦୁର୍ବଳ ନୁହେଁ

ଆତ୍ମହତ୍ୟାକୁ ରୋକିଥିବା ମଣିଷ ନୁହେଁ ସାହସୀ

ଶରୀର ରୋଗରେ ଥରହର ବିଶ୍ୱବାସୀ

ମନର ରୋଗ ପାଇଁ ସମସ୍ତେ ଉଦାସୀନ

ଆତ୍ମହତ୍ୟା ଏକ ରୋଗ ନୁହେଁ ଜାଣିରଖ

ବର୍ଷବର୍ଷ ଯାତନାର ଶେଷ ଏହା ପରିଣାମ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract