STORYMIRROR

Pradeep Kumar Panda

Horror Tragedy Action

3  

Pradeep Kumar Panda

Horror Tragedy Action

ପାପ ପଞ୍ଜୁରୀରେ ପୁଣ୍ୟଶାରୀ

ପାପ ପଞ୍ଜୁରୀରେ ପୁଣ୍ୟଶାରୀ

1 min
111

ପୁଣ୍ୟର ଶାରୀ ବନ୍ଦୀ ହୋଇଅଛିମଣିଷର ପାପ ପଞୁରୀରେ ଉପାୟ ଶୂନ୍ଯ ହୋଇ ରହିଛି ଶାରୀପାପ ପଞୁରୀରେ କେତେ ଦୁଃଖରେ ।ପାପ ପଞୁରୀରୁ ମୁକୁଳିବାକୁ ଚାହୁଁଥିଲେବି ମାନବଜାତି ତାକୁ ଦେଉନି ଛାଡିମଣିଷର ଅନ୍ୟାୟ ଅନୀତି ଅଧର୍ମ ଦେଖିଶାରୀ କଷ୍ଟ ଯନ୍ତ୍ରଣାରେ ଯାଉଛି ସଢି ।ମଣିଷର ପୁଣ୍ୟର ଭାର ଅପେକ୍ଷା ପାପ ଭାର ଦେଖିଶାରୀ ଜୀବନ ବିତାଉଛି ହନ୍ତସନ୍ତେ ପଞୁରୀରେମଣିଷ ଏଠି ମଣିଷ ପଣିଆ ହରାଇ ବସିଛିଶାରୀ ମଣିଷକୁ କହିବ କି ପ୍ରକାରରେ ।ମଣିଷ ପଞୁରୀରେ ଶାରୀ ପୋଷୁଛି ଖାଲି ଘରକୁ ସୁସଜ୍ଜିତ କରି ଦେଖେଇ ହେବା ପାଇଁଶାରୀ ପୋଷି କି ଲାଭ ଧର୍ମ କର୍ମ ବିଚାର ନକରି ତୁଣ୍ଡେ ରାମ ନାମ ନ ଜପଇ। ଯେବେ ଯାଏଁ ମଣିଷ ମନରେ ହେବ ନାହିଁକୁକର୍ମର ପରିବର୍ତ୍ତନ ଘରେ ଶାରୀ ପୋଷି ମଣିଷ କେତେ ବାପୁଣ୍ୟ କରିବ ଅର୍ଜନ। ପୁଣ୍ୟର ଶାରୀ ପାପର ପଞୁରୀରେ ଛଟପଟ ହୋଇ ରାମ ନାମ ଜପ କରଇ ଶାରୀଟି ପ୍ରଭୁଙ୍କ ପାଖେ ନିବେଦନ କରେମଣିଷର ପାପ ପଞୁରୀରୁ ମୁକ୍ତି ପାଇବା ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror