STORYMIRROR

Dr. Pratap Kumar Swain

Horror

4  

Dr. Pratap Kumar Swain

Horror

ଅଭୁଲା ସେ ନଈ ବାଙ୍କ

ଅଭୁଲା ସେ ନଈ ବାଙ୍କ

2 mins
253


ମନେପଡେ ମୋର ସେହି ହଜିଲା ଅତୀତ

ଥିଲି ମୁଁ ସ୍ନାତକର ଶେଷ ବର୍ଷ ଛାତ୍ର ।

ବସ୍ ରୁ ଓହ୍ଲାଇ ଲାଗିଗଲି ଅନ୍ବେଷଣେ

ନ ପାଇଲି ସେ ଭିଡରୁ ଆମ ଗାଁ ର ଜଣେ।

ରାତି ଦଶ ବାଜିଲାଣି ଏକା ଏକା ପୁଣି

କେମିତି ଯିବି ଗାଁ କୁ ପାରୁନି ମୁଁ ଜାଣି।

ସାହାସ ସଞ୍ଚରି ମନେ ହେଲି ଅଗ୍ରସର

ନଦୀକୂଳ ରାସ୍ତା ଥିଲା କେତେ ଯେ ସୁନ୍ଦର ।

ବହୁଥିଲା ଅବିରତ ମୃଦୁ ସମୀରଣ

ଭୟ ମୋ ମନରୁ ହୋଇଥିଲା ଯେ ଉଭାନ।

ମନେ ପଡିଗଲା ମୋର ସେହି ନଦୀ ବାଙ୍କ

କତେ ଦେଖିଛନ୍ତି ଭୂତ ସେଠାରେ ପ୍ରତ୍ଯକ୍ଷ।

ଆଉ ମାତ୍ର ଦଶ ହାତ ଦୂର ଅଛି ବାଙ୍କ

ଭୟରୁ ସାହାସ ମୁଁ କଲି ଏକତ୍ରିତ।

ଆଜି ପୁଣି ଅମାବାସ୍ଯା ଲାଗେ ଭାରି ଡର

କେଉଁ ମୁହୂର୍ତ୍ତେ ଆସିବ ସେ ଭୂତ ପ୍ରବର।

ଭାବୁ ଭାବୁ ବାଙ୍କ ରାସ୍ତା ଯାଇଥିଲା ସରି

ମନେ ମନେ ଭୂତକୁ ମୁଁ ଧନ୍ୟବାଦ ଦେଲି।

ଯାହାହେଉ ମୋ ସମ୍ମୁଖେ ଆସିନାହିଁ ସେହି

ହୁଏତ ଆସିବାବେଳ ତାର ହୋଇ ନାହିଁ ।

କିଛି ବାଟ ଗଲାପରେ ଘରଟେ ପଡିଲା

ଘର ଦେଖି ମନେ ମୋର ସାହାସ ଆସିଲା।

ଚିଙ୍ଗୁଡି ଚାଷୀ ରହନ୍ତି ପୁଣି ଏହି ଘରେ

ମାଛ ଚୋରୀ ରୋକିବାକୁ ଜଗନ୍ତି ରାତ୍ରିରେ।

ସେଦିନ ଚାଷୀ ଟିକିଏ କ୍ଳାନ୍ତ ହୋଇଯାଇ

ବିଛଣାରେ ଟିକେ ତାର ପଡିଥିଲା ଶୋଇ।

ହଠାତ୍ ସେ ବାହାରକୁ ଆସିଲା ବାହାରି

ଆପାଦମସ୍ତକ ମୋର ଉଠିଲା ଶିହରୀ।

ଭାବିଲି ନିଶ୍ଚୟ ଭୂତ ଆସୁଅଛି ମାଡି

ଭୟପାଇ ସେହିସ୍ଥାନେ ଟିକେ ରହିଗଲି।

କିଛି ସମୟରେ ଏକ ଚିତ୍କାର ଶୁଭିଲା

ମୋ ଆଗରେ ଜଣେ କେହି କଚାଡି ପଡିଲା।

ଅନ୍ଧାରରେ ଦିଶୁନାହିଁ ମୋତେ କିଛି ଏଠି

ଲାଗୁଥିଲା ସେ ଘରଟି ସତେ ଭୂତକୋଠି।

କିଛି କ୍ଷଣ ପରେ ଆସିଗଲେ ଚାରିଜଣ

ହାତରେ ଥିଲା ତାଙ୍କର ଗୋଟିଏ ଲଣ୍ଠନ।

ଆଖିକୁ ମୋ ଲାଗୁଥିଲା ମାୟାଜାଲପରି

ପଡିଥିଲା ଲୋକଟିଏ ଜିଭକୁ କାମୁଡି।

ପାଣିଛାଟି ଲୋକେ ତାର ଚେତା ଫେରାଇଲେ

ଘଟଣା ବିଷୟରେ ଯେ ଅବଗତ ହେଲେ।

ଲୋକଟି କହିଲା ବାହାରକୁ ଆସୁ ଆସୁ

ଭୂତ ମାଡିଆସୁଅଛି ଦେଖିଲି ସମ୍ମୁଖୁ।

ଟପ୍ ଟପ୍ ଜୋତା ଶଦ୍ଦ ତାର ତୀବ୍ର ଗତି

ଦେଖି ଚେତା ବୁଡିଗଲା ପଡିଲି ଓଲଟି।

ସ୍ଥାଣୁ ପାଲଟି ଥିଲି ମୁଁ ସବୁକଥା ଶୁଣି

ମୋତେ ସେଠି ଦେଖୁଥିଲେ ଲୋକ ସବୁ ପୁଣି।

ମୋହ ପାଇଁ ସେ ଲୋକର ଏମିତି ଅବସ୍ଥା

ମୋତେ ଭୂତ ଭାବି ତାର ହଜିଗଲା ଚେତା।

ମୁଁ ମଧ୍ୟ କହିଲି ମୋ ଡରିବା କାରଣ

ମୋହ ପାଇଁ ଭୂତ ଥିଲେ ସେହି ବ୍ୟକ୍ତି ଜଣ।

ସବୁ ଲୋକ ମିଶି ମୋତେ ଉପଦେଶ ଦେଲେ

ଆଲୋକ ବର୍ତ୍ତିକା ଧରି ଚାଲ ଅନ୍ଧାରରେ।

ସମସ୍ତେ ମିଶି ମୋତେ ଯେ ହୋଇଲେ ବିରକ୍ତ

ସେ ଦିନ ମୁଁ ହୋଇଥିଲି ମଣିଷରୁ ଭୂତ।

ଆଜି ଯେବେ ମନେପଡେ ସେଦିନର କଥା

ମନେପଡେ ନଈବାଙ୍କ ନଦୀକୂଳ ରାସ୍ତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror