ନୂଆ ବର୍ଷର ଅନୁଭୂତି
ନୂଆ ବର୍ଷର ଅନୁଭୂତି
ବିଦାୟ ଦେଇ ପୁରୁଣା ବରଷକୁ
ଆପଣେଇ ଥିଲି ନୂଆ ବରଷକୁ।
ରାତି ବାରଟାରେ ଅଭିନନ୍ଦନର
ବାର୍ତ୍ତାରେ ଆନନ୍ଦିତ ମନ ମୋର।
ରାତି ନ ପାହୁଣୁ ଛାଡ଼ିଲି ମୁଁ ଶେଯ
ବାସି ପାଇଟି ସାରି ବୁଣି ମୁରୁଜ।
ଗୃହେ ପୂଜାବିଧି ସାରି ମନ୍ଦିରରେ
ପହଞ୍ଚିଲି ଯାଇ ଅତି ହରଷରେ।
ତୁଳସୀ ନେଇଥିଲି ତୋଳି ସାଥିରେ
ମାଳା ତିଆରିଲି ଭକତି ଚିତ୍ତରେ।
ତିନି ଠାକରଙ୍କୁ ଚଢ଼ାଇଲେ ନନା
ମଙ୍ଗଳ ଆଳତୀ କଲା ଆନମନା।
ହେଲେ ସହି ତ ପାରିଲେନି ଈଶ୍ୱର
ବଡ଼ ବୋଉକୁ ମୋ ନେଲେ ବୈକୁଣ୍ଠ ପୁର।
ଭାଙ୍ଗି ପଡ଼ିଥିଲେ ଭାଇମାନେ ମୋହର
ନୂଆ ବରଷ ଆରମ୍ଭରୁ ଦୁଃଖ ଘୋର।
ଛାତିରେ ପଥର ଲଦି କରିଲୁ ସଂସ୍କାର
ଏହି ଅନୁଭୂତି ଆମ ପରିବାରର।
ସ୍ମୃତି ହୋଇ ରହିଯିବ ସାରା ଜୀବନ
ସହିବାକୁ ଶକ୍ତି ଦିଅ ହେ ଭଗବାନ।
ସେହି ଶକ୍ତି ବଳେ ମିଳିଯାଉରେ ପଥ
ଦୟା କର ବାରେ ହେ ପ୍ରଭୁ ଜଗନ୍ନାଥ।