Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Horror

4.5  

Jagannath Barik

Horror

ପାଉଁଶ ତଳର ନିଆଁ

ପାଉଁଶ ତଳର ନିଆଁ

1 min
578


ପାଉଁଶ ତଳର ଅଗ୍ନି ସେ ଆଜି

     ପ୍ରଜ୍ଵଳିତ ଖରତର

ଅନେକ ଦିନର କୁହୁଳା ସ୍ୱପ୍ନର

   ରୂପ ହୋଇଛି ସାକାର |


ନାମ ଅନିର୍ବାଣ ଶିଖା ଅନିର୍ବାଣ

    ମହାପରାକ୍ରମୀ ଭୀମ

ମାତାର ପ୍ରତ୍ୟକ୍ଷ ଆଶୀର୍ବାଦେ ଦକ୍ଷ

    ମହାତେଜା ଅରିନ୍ଦମ |


ଯଉବନର ସେ ପ୍ରଥମ ପାବଛେ

     କରୁ କରୁ ପଦାର୍ପଣ

ପିତା ଶତ୍ରୁ କିଏ କୁଳଶତ୍ରୁ କିଏ

     ପଚାରଇ ବିଚକ୍ଷଣ |


ଦେଖି ବେଳକାଳ ଜନନୀ ତାହାର

     ସକଳ ବୃତାନ୍ତ ଫେଇ

କହିଲେ ପୁଅକୁ ମନର କୋହକୁ

    ଶତ୍ରୁକୁ ଦେଲେ ଚିହ୍ନାଇ |


ସେ ଭାନୁପ୍ରତାପ ତୋ କକା କୁଖ୍ୟାତ 

     ପିତାଙ୍କୁ କରିଲା ହତ୍ୟା 

ପୋଡିଦେଲା ଘର ମୋ ଉପରେ

   ତାର ପାପ ନଜର ସର୍ବଥା |


ତୋତେ ଧରି ମୁହିଁ ଅଇଲି ପଳାଇ

   ଅଜା ଘରେ ରହିଥାଇ

ନିରନ୍ତର ସେହି ଲୋମହରଷଣ

  ଦୃଶ୍ୟକୁ ହୃଦେ ଚପାଇ |


ଆମରି ସମ୍ପତ୍ତି ହଡପ କରି ସେ

  ବୋଲାଉଛି ଧନପତି

ଡରାଇ ମରାଇ କରି ଗୁଣ୍ଡାଗିରି

  ବଢ଼ାଇଛି ପ୍ରତିପତି |


ତା ବିରୁଦ୍ଧେ କେହି କଲେ ପ୍ରତିବାଦ

  ଗୋପନେ କାଟଇ ତଣ୍ଟି

ମଦ୍ୟପ ମାତାଲ ଗୁଣ୍ଡା ଦଳେ ରଖି

   ଆଦାୟ କରୁଛି ବଟି |


ତା ସାଥିରେ ବାପା ନକର କଳହ

   କରିଦେବ ସର୍ବନାଶ

ତୁହି ମୋ ବଂଶର ଶେଷ କୁଳଦୀପ

   ନଯା ବାବୁ ତାର ପାଶ |


ନାମ ଅନିର୍ବାଣ ପଣ ମୋର ଟାଣ

   ଶାଣ ଖଡ଼ଗରୁ ବଳି

ପିତୃ ମାତୃ ଦ୍ରୋହୀ କୁଳଘାତକକୁ

   ଦେବୀ ପାଶେ ଦେବି ବଳି |


ଦେଖିଲା ଆସୁଛି ମହା ମତ୍ତଗଜ

   ପରାୟ ଭାନୁପ୍ରତାପ

ସଙ୍ଗରେ ଅଛନ୍ତି ବାଘୁଆ ରଘୁଆ

   ବେନି ଶିବଙ୍କର ସାପ |


ପ୍ରଚଣ୍ଡ ବିକ୍ରମେ ତରବାରୀ କରେ

   କଲା ଖରେ ଆକ୍ରମଣ

ଜୀବନ ବିକଳେ ଚେଲା ପଳାଇଲେ

   କକାର ହେଲା ମରଣ |


ସର୍ବେ ହେଲେ ଖୁସି ଗ୍ରାମେ ଆସେ ଶାନ୍ତି

   ନିଷ୍କଣ୍ଟକ ହେଲା ମହୀ

ଜନନୀ ଆଖିରୁ ମହାଆନନ୍ଦରେ

   ଲୁହ ଧାର ଗଲା ବହି । 


Rate this content
Log in

Similar oriya poem from Horror