କଙ୍କାଳ ର ବାଣୀ
କଙ୍କାଳ ର ବାଣୀ


ନଶ୍ବର ଦେହରେ ଈଶ୍ବର ଥିଲେ
ସତେ ଯେ ପଙ୍କ କମଳ
କାର୍ଯ୍ୟ କଷ୍ଟ ହେଲା ବୁଦ୍ଧି ଭ୍ରଷ୍ଟ ହେଲା
ପିଇଲି ମୃତ୍ୟୁର ଜଳ ।
ମାୟା ମୋହ ତ୍ୟଜି ଧରିତ୍ରୀ ଅଙ୍କରୁ
ନେଇ ଗଲି ମୁଁ ବିଦାୟ
ଈଶ୍ବର ରଚିତ ସୁନ୍ଦର ଧରାରେ
ଚାଖିଲି ମୁଁ ପରାଜୟ ।
ଧର୍ମରାଜ ନେଲେ ଆତ୍ମାକୁ ଚୋରାଇ
ସାଜିଲି ମୁଁ ନରକଙ୍କାଳ
ଭୂମିରେ ପତିତ ହେଲା ମୋ ଶବ
ଉଭେଇଲା ରକ୍ତ ମାଂସ ଲାଳ ।
ସୂର୍ଯ୍ୟାତାପେ ଶୁଖିଲା ଅସ୍ଥି ମୋର
ସାଜିଲି ମୁଁ କଙ୍କାଳରାଜ
ଅନ୍ଧକାର ବାର୍ତା ପ୍ରଚାର କରିବି
ହରଣ କରିବି ଧର୍ମର ଗଜ ।
କହୁଛି ଶୁଣ ହେ ନ୍ୟାୟର ଦୁନିଆ
ନିଜ ମୁଖୁ ନିଜ କାହାଣୀ
ମାନବ ଜନମ ସରିବା ପରେ
କଙ୍କାଳ ହେଲି ରେ ଧରଣୀ ।
ଚୁମ୍ବକୀୟ ନାଭି ଶକ୍ତି ଟାଣି ନିଏ ମୋତେ
କଲା ମୋତେ ସର୍ବ ଶକ୍ତିବାନ
ଶ୍ମଶାନେ ରହିଲି ପିଶାଚ ସଙ୍ଗରେ
ମିତ୍ର ଯେ ମୋର ଭୂତ ଡାହାଣ ।
ପିଶାଚିଣୀ ହେଲେ ମୋର ସହଚରୀ
କବର ହେଲା ମୋ ସିଂହାସନ
ରାତ୍ରିରେ କରିଲୁ ମାନବ ସଂହାର
ନିଧନ କଲୁ ସଂସାର ମନ ।
ସାଜିଲୁ ଭୟ ଜେଜେଙ୍କ କଥାରେ
ଶୁଣୁଥିଲା ଯେବେ କୁନା
ଅଜାଙ୍କ ଗଳ୍ପେ ଡରିଲା ନାତିଆ
ଶୋଇବାକୁ ଭଲ ଲାଗେନା ।
କେତେ ଅଧର୍ମ କାମ କଲା ପରେ
ଧରାପଡେନି ତାନ୍ତ୍ରିକ ପାଖେ
ମାତ୍ର ପ୍ରଭୁ ନିତି ଦେଖନ୍ତି ମୋତେ
ଦେଲେ ଦଣ୍ଡ କାଳ କାଖେ ।
ଧରିଲା ଦିନେ ଏକ ତାନ୍ତ୍ରିକ ମୋତେ
ବାନ୍ଧିଲା ମୋତେ ତା ତନ୍ତ୍ରରେ
ଭୁତାଦି ନିଶାଚର ସାଙ୍ଗକୁ ମୋର
କଏଦ କଲା ମନ୍ତ୍ରରେ ।
ଦୟାକର ମୋତେ ହେ ଶ୍ରେଷ୍ଠ ନର
ତାନ୍ତ୍ରିକ ଠୁ ଉଦ୍ଧାର କର
ମୁକ୍ତି ଦିଅ ମୋତେ ତନ୍ତ୍ର ମାୟାରୁ
ରକ୍ଷାକର ମୋତେ ଦୟାକର ।
କଙ୍କାଳ ମିନତୀ ଶୁଣ ହେ ପୁଣ୍ୟାତ୍ମା
ମୋକ୍ଷ ମୋତେ କର ପ୍ରଦାନ
ବଚନ ଦଉଛି କୁ କାର୍ଯ୍ୟ ଛାଡିବି
ରକ୍ଷା କରିବି ମୁଁ ତବ ଜୀବନ ।
ମାନିଲା ନାହିଁ ସେ କଙ୍କାଳର ବାଣୀ
ଦେଲା ମୋତେ ସେଠି ଛାଡି
ରଡି ରଡି ମୋର ହାଡ ରହି ଗଲା
ଆସିଲା ତାନ୍ତ୍ରିିକ ମାଡି ।
ଭଷ୍ମ କରିଦେଲା ମୋ ସାଥି ମାନଙ୍କୁ
ଶେଷେ ଆସିଲା ମୋ ବେଳ
ହାଡ ଭାଙ୍ଗି ଦେଲା ଯନ୍ତ୍ରେ ପକାଇଲା
ସାଜିଲା ଅସ୍ଥି ର କାଳ ।
ଗୁଣ୍ଡ କଲା ସବୁ ଏକାଠି ରଖିଲା
ଗଙ୍ଗା ରେ ପକାଇଲା
ସେହିଦିନ ଠାରୁ ଶ୍ମଶାନ ଘାଟ ରେ
କଙ୍କାଳ ନ ଦିଶିଲା ।