ନିର୍ଜନ ଘର
ନିର୍ଜନ ଘର
ଗାଆଁ ର ବାହାରେ ନିକାଞ୍ଚନ ସ୍ଥାନରେ ସେ
ରହି ଥାଏ ଘର ଟିଏ ଚାହିଁ ଦେଲେ ତ୍ରାସେ ।
ଶିହରୀ ଉଠଇ ପ୍ରତି ଜନ ଙ୍କ ର ହିଆ
ଅତ୍ୟନ୍ତ କଦର୍ଯ୍ୟ ବେଶ ଭୟ ଙ୍କର କାୟା ।
ବିସ୍ତାର ଟିକିଏ ଦୂର ଯାଏଁ ଥିଲା ତାର
ପରି ତ୍ୟକ୍ତ ହେଇ ପଡି ଥାଏ ବହୁ କାଳ ।
ରାତ୍ରୀ କାଳରେ ଏଠାରେ ଯେ ଅନେକ ଭୁତ
ଉଭା ହୋଇ ସାରା ରାତି ଚଳ।ନ୍ତି ଉତ୍ପାତ ।
କ୍ରମଶଃ କମ୍ପ ଯେ ଉଠେ ଜନ ମନେ ଭୀତି
କାନ୍ଦଣା ବିଳାପ ଗୀତ ଶୁଭେ ଘୋର ରଡି ।
ତାହା ହେତୁ ବହୁ ଲୋକ ହରାନ୍ତି ଜୀବନ
ହାଡ କଙ୍କାଳ ରେ ପୂର୍ଣ୍ଣ ଥିଲା ସେହି ସ୍ଥାନ ।
ପାଖେ ପାଖେ ଲଟା ବୁଦା ମୂଳରେ ତାହାର
ବିକଟ କଦର୍ଯ୍ୟ ଗନ୍ଧ ମିଶ୍ରିତ ବାୟୁ ର ।
ପ୍ରଭାବେ ସେସ୍ଥାନ ଥିଲା ଅତି ଭୟ ଙ୍କର
ସେ ଘରେ ପହଞ୍ଚି ଗଲେ ମୃତ୍ୟୁ ର ଶିକାର ।
ହେବା ଛଡ଼ା ଅନ୍ୟ ଗତି ନ ଥିଲା କାହାରି
ପ୍ରତି ଦିନ ତା ପ।ଖରେ ଜନେ ଥାନ୍ତି ମରି ।

