STORYMIRROR

Kumar Mrutyunjay

Abstract Horror

4  

Kumar Mrutyunjay

Abstract Horror

ତନ୍ତ୍ର ମନ୍ତ୍ର

ତନ୍ତ୍ର ମନ୍ତ୍ର

1 min
23.7K

କଳା ମଚମଚ ଅମାବାସ୍ୟା ରାତି 

ହୁତୁହୁତୁ ଜଳୁଥିବା ଜୁଇ 

ସୁରୁସୁରୁ ଉଠୁଥିବା ଧୂଆଁ 

ଅବା ବିଲୁଆଙ୍କ ହୁକେ ହୁ ରଡ଼ି 

ଝଙ୍କାଳିଆ ବୁଢା ବରଗଛ 

ତଳେ ପଡି ରହିଥିବା ଭଙ୍ଗା ମାଠିଆ 

ଫଟା ବେଲା, ଭଙ୍ଗାକୁଲା ମୁଣ୍ଡା ଛାଞ୍ଚୁଣି 

ତଥାପି ନିର୍ଜନ ଏ ରାତିରେ 

କାହା ପାଦ ଶବ୍ଦ ପୁଣି !!


କୁଢ଼ କୁଢ଼ ଦରପୋଡ଼ା ହାଡ଼ 

କେବେ ମଣିଷ ଖପୁରି ଖୋଳ 

କାହାପାଇଁ ଭୀତିପ୍ରଦ ଏକ ବସ୍ତୁ 

କାହାପାଇଁ କାଉଁରୀ କାଠିର ଖେଳ !


ଉନ୍ମୁକ୍ତ କେଶ ଛିଣ୍ଡା କମ୍ବଳ 

ଶରୀର ସାରା ପାଉଁଶ ବୋଳି 

ଶେଷମୁଣ୍ଡ ଏଇ କାଳ ମଶାଣିରେ 

ମଶାଲ ଦେଇଛି ଜାଳି !


ଫୁସ ଫୁସ ହୋଇ ପଢୁଛି ମନ୍ତ୍ର

କେତେ ଭଙ୍ଗୀ ପ୍ରଦର୍ଶନ 

କେତେବେଳେ ପୁଣି ଶାନ୍ତ ଗଗନେ 

ପିଶାଚୀନୀ ହାସ୍ୟରୋଳ !


ଭିନ୍ନ ଏକ ଜଗତର ଅପରା ଶକ୍ତି

କେତେ ରୂପ କେତେ ତେଜ 

ମାନେନାହିଁ କିଛି ଭୁଲ ଠିକ ଅବା 

କାହାର କୌଣସି ଜୟ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract