STORYMIRROR

Kumar Mrutyunjay

Abstract

4  

Kumar Mrutyunjay

Abstract

ଜୋକର

ଜୋକର

1 min
22.4K


ମୁହଁରେ ବହେ ପାଉଡର ବୋଳି 

ମିଛି ମିଛିକା ହସ ହସି 

କେତେବେଳେ କାହାକୁ ହସାଇ 

ଅବା କେତେବେଳେ କାହାକୁ 

ଏକ ନୂତନବାର୍ତ୍ତା ଦେଇ 

ମୁଠାଏ ଭାତକୁ ଶରଧାରେ 

ବଡ଼ ଆଦରରେ ଖାଇ 

ତୃପ୍ତିର ନିଦ୍ରାରେ ଶୋଇପଡୁଥିବା 

ଏକ ମହାମାନଵ!


କେବେ କେହି ଦେଖିଚ 

ତା'କୁ କାନ୍ଦିବାର 

ଆଖିରେ ଲୁହ ଆଣି 

ଝରେଇବାର 

ହୃଦୟର କୋହକୁ ଚାପିଧରି 

ହସିବାର ଏକ କ୍ଷମତା 

କେବଳ ହିଁ ଜୋକର !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract