Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumar Mrutyunjay

Others

4.5  

Kumar Mrutyunjay

Others

ଜୀବନ ପଥ

ଜୀବନ ପଥ

1 min
23.6K


ଚାଲିବାକୁ ଅଛି ପଥ ବହୁଦୂର

ପଡିଲେ ହେବକି ଥକି 

ଉତ୍ଥାନ ପତନ ବନ୍ଧୁର ପଥରେ 

ଦୀର୍ଘ ପଥ ଅଛି ବାକି !


କେବେ ଝଡ଼ ପବନ ବରଷା 

କେବେ ପଡେ ଠିକା ଖରା 

କେବେ ପଡୁଥାଇ ଚନ୍ଦ୍ରମା କିରଣ 

କେବେ ଦିଶୁଥାଇ ତରା !


ଅକାତ ନଈର ଅଗାଧ ଜଳରେ 

ଆହୁଲା ନପାରେ ସହି 

କେବେ ଆଖି ଦେଇ ଗଡିଯାଏ ଲୁହ 

କାହାକୁ ପାରେନା କହି !


କେବେ ମରୁଭୂମି ମରୀଚିକା ଠାରେ 

ମେଣ୍ଟେନି ତୃଷାର୍ତ୍ତ ଶୋଷ 

କେବେ ଅବା କେଉଁ ଆଶା ଅଜାଣତେ 

ଛାଡିଯାଏ ଅବଶୋଷ !


କେବେ ମିଳିଥାନ୍ତି ସଖା ସହଚର 

ଭାଇ ବନ୍ଧୁ କେତେ ପରକାର 

କେବେ ଅବା ଏଇ ନିଃସଙ୍ଗ ଜୀବନେ 

ନ ଥାଏ ପୁଣି ଦେଖାଯେ କାହାର !


ତଥାପି ଚାଲୁଛି ଚାଲୁଥିବି ମୁଁ

ହେବା ଯାଏ ଶ୍ୱାସ ଶେଷ 

ଜୀବନ ପଥରେ ସମସ୍ତେ ପଥିକ 

କେବେ ସୁଖ କେବେ କ୍ଳେଶ !



Rate this content
Log in