Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumar Mrutyunjay

Tragedy

4  

Kumar Mrutyunjay

Tragedy

ଅଲୋଡ଼ା ଜୀବନ

ଅଲୋଡ଼ା ଜୀବନ

1 min
23.7K


ଯେତେଦିନ ଯାଏ ରଖୁଥିବୁ 

ଅନ୍ୟର ମନ 

ଯେତେଦିନ ଯାଏ ରହିଥିବ 

ତୋ'ପାଖେ ଧନ 

ସେତେଦିନ ସଭିଏଁ କହିବେ 

ନିଜକୁ ତୋ'ର ଆପଣ 

ସବୁ ସରିଗଲେ ହାତ ଛାଡ଼ିଦେବେ 

ଏକଥାଟି ସତେ ଜାଣ !


ଦୁନିଆ ସ୍ୱାର୍ଥର ସାଥି 

ସ୍ୱାର୍ଥ ଥିଲେ ଭାବ ପ୍ରୀତି 

ସ୍ୱାର୍ଥସିଦ୍ଧିରେ ବାଧା ଆସିଗଲେ 

ଘୁରିଯାଏ ତାଙ୍କ ଗତି !


ଜଗତେ ହୋଇବ ପୂଜ୍ୟ 

ଯେବେ ତୁମେ ଅଟ ଅଗ୍ରଜ

ଦେଇ ଶିଖିଥିବା ଯାଏଁ 

ପାରି ଦେଉଥିବେ ତୁମ ଶେଯ !


ପାଖରେ ନଥିଲେ ଧନ 

ନାହିଁ ଯଶ ଖ୍ୟାତି ମାନ 

ଆଗେ ନକହିଲେ ପଛରେ କହିବେ 

ଭାଙ୍ଗି ତୋର ସ୍ୱାଭିମାନ !


ଅଲୋଡ଼ା ସବୁ ଅଲୋଡ଼ା 

ସମାଜରେ ସବୁ ଉଜୁଡ଼ା 

ନିଃସଙ୍ଗ ଏକ ନିର୍ଜନ ପଥରେ 

ସବୁ କରିଦେବେ ହାତଛଡ଼ା !



Rate this content
Log in

Similar oriya poem from Tragedy