Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

"ଯାଦୁ"

"ଯାଦୁ"

1 min
146


   

   କିଏ ଏଠି ସ୍ବାମୀ

    କିଏ ଏଠି ସ୍ତ୍ରୀ

   କିଏ ଏଠି ପ୍ରେମିକା

    କିଏ ଏଠି ବାନ୍ଧବୀ

     କିଏ ପୁଣି ବନ୍ଧୁ

    ସବୁ ଏଠି ମାୟା 

    ସବୁ ଲାଗେ ଯାଦୁ ।


   କୁହୁକ ମନ୍ତ୍ର ପରି

    ଲାଗେ ସବୁ ବିରହ ମିଳନ

   ଆଜି ଯେ ନିଜର କାଲି ସେ

    ସାତ ପର ଜାଣ

   କିଏ ସତ କିଏ ମିଛ

    ମିଛ ସମ୍ପର୍କ ଭିତରେ

   ଆମେ ମିଛେ ଖାଲି କାନ୍ଦୁ

   ଏ ସବୁ ଦୁନିଆଁ ର ରୀତି ନୀତି

   ଲୋକ ଦେଖାଣିଆ ଆମ ମତି ଗତି

    କେ ଶତ୍ରୁ କିଏ ବନ୍ଧୁ

   ଏ ସବୁ ସମୟର ଯାଦୁ ।


    ନାହିଁ ଏଠି ସମ୍ପର୍କର ମାନେ କିଛି

    ପ୍ରତି ମୁହୂର୍ତ୍ତରେ ଆମେ ମରି ମରି

    ରହିଅଛେ କ୍ଷଣେ ନିମିଷେ ଅବା ବଞ୍ଚି

    କିଏ ଏଠି କାହାର

    କିଏ ଏଠି କାହା ସଖା ସହୋଦର

     ମାୟାର ସଂସାର ଏ ଯେ

   ମାୟା ମୋହରେ ପଡି ଆମେ

     ହୁଏ ନାରଖାର

   ପ୍ରେମ ପ୍ରଣୟ ପ୍ରେମିକ ପ୍ରେମିକା

    ସବୁ ଏଠି ପାଣିର ଗାର

    ସ୍ଵାର୍ଥ ପାଇଁ ସବୁ ଅଭିନୟ

    ସଭିଏଁ ଆମେ ସ୍ଵାର୍ଥପର ।


   ପିତା ମାତା ଭ୍ରାତା ଭଗ୍ନୀ

    ବନ୍ଧୁ ସହୋଦର

  କେ ନୁହଁନ୍ତି ଏଠି ଯେ ନିଜର

   ସୁଖର ସାଥୀ ସଭିଏଁ

   ଦୁଃଖେ ହୋଇଯାନ୍ତି ଦୂର

  ସୁଖ ଦୁଃଖ ଦୁନିଆଁ ର ରୀତି

    ଏକଥା ସ୍ଵାର୍ଥୀ ନ ବୁଝନ୍ତି

  ପରୋପକାରେ ମିଳିଥାଏ ଶାନ୍ତି

   ପର ନିନ୍ଦା ପର ଚର୍ଚ୍ଚା ରେ

     ସ୍ଵାର୍ଥୀ କଷ୍ଟ ଅରଜନ୍ତି

   ଯନ୍ତ୍ରଣା ଜର୍ଜରିତ ଆମ ଏ ଜୀବନ

    ଏବେ ଜୀବିତ ଏବେ ମୃତ

   ସେ ଜନ୍ମ ମୃତ୍ୟୁ ର ଶେଷ ଠିକଣା

    ସଭିଙ୍କ ଜୀବନେ ଆମ ଏ ଶ୍ମଶାନ

   ନିଜେ ଜଳି ଜଳି ବଞ୍ଚିବା ରେ

    କେତେ ଆମେ କାନ୍ଦୁ

    ହସ କାନ୍ଦର ଏ ଦୁନିଆଁ

     ସୁଖ ଦୁଃଖ ଉତ୍ଥାନ ପତନ

    ଏ ସବୁ ଜୀବନ ର ପ୍ରତି

     ମୁହୂର୍ତ୍ତେ ଏକ ଏକ ଯାଦୁ ।


     

   



Rate this content
Log in

Similar oriya poem from Abstract