STORYMIRROR

Ranjit Sahu

Tragedy

3  

Ranjit Sahu

Tragedy

ଅପରିଚିତ

ଅପରିଚିତ

1 min
112

ବିତୁ ଯେତେ ଦିନ କଟୁ ଯେତେ ରାତି 

ମହକୁ ପ୍ରେମ ନ ହୋଇ ସୀମିତ  

ପରିଚୟ ଖାଲି ନାମରେ ନ ଥାଏ 

ଅନ୍ତର ମଧ୍ୟ ଚିହ୍ନିବା ଉଚ୍ଚିତ  


ପରିଚିତ ହୋଇ ପ୍ରେମକୁ ଦର୍ଶାଇ 

କରିଛି ମଣିଷ ବିଶ୍ଵାସଘାତ  

ଅନ୍ଧ ହୋଇ ଯିଏ ପ୍ରେମର ପଥରେ 

ଚାଲେ ନିଶ୍ଚୟ ହୁଅଇ ଆହତ  


ମୁକୁର ବି ମିଛ କହିଦିଏ କେବେ 

ଛଳନା ଭରା ଏହି ଦୁନିଆଁରେ 

ପରିଚିତ ଲାଗେ ଯେଉଁ ମଣିଷଟି 

କୃତଘ୍ନ ହୋଇ ଜାଳଇ ନିଆଁରେ  


ଖର ମଣିଷକୁ କରିଲେ ବିଶ୍ଵାସ 

ହୃଦୟାଘାତ ଅଟଇ ନିଶ୍ଚିତ  

ସ୍ଵାର୍ଥର ସଂସାରେ କାମ ସରିଗଲେ  

ପରିଚିତ ସାଜେ ଅପରିଚିତ !



Rate this content
Log in

Similar oriya poem from Tragedy