STORYMIRROR

Naliniprava Subudhi

Tragedy

3  

Naliniprava Subudhi

Tragedy

ରାଇ କିଶୋରୀ

ରାଇ କିଶୋରୀ

1 min
179


ଆସଗୋ ମାନିନୀ ମୋପ୍ରେମ ତଟିନୀ

ଅଭିସାରିକା ରାଧିକା। 

ରିମ୍ ଝିମ୍ ତାନେ ନିଶାର୍ଦ୍ଧ ଲଗନେ

ପ୍ରେମମୟି ତୁ,ନାୟିକା । 

ଝମ୍ ଝମ୍ ଶୁଭେ ପାଦର ନୁପୁର

ଛନ୍ଦାୟିତ ତରଙ୍ଗିଣୀ  । 

ତୁମ ପ୍ରେମ ନୀରେ ଅବଗାହିବାକୁ

ଚାହେଁ ଦିବସ ରଜନୀ  । 

ତୁମେ ମୋ,ମାନିନୀ ମୃଗାକ୍ଷୀ ନୟନୀ

ବୃଷଭାନୁ ରାଜଯେମା । 

ପ୍ରିତୀ ପ୍ରଦାୟିନୀ ଆଗୋ ଲାସ୍ଯମୟି

ତୋ,ପାଇଁ ପାଗଳ କାହ୍ନା । 

ଆସ ଆସ ରାଇ ଆସ ମାନମୟି

ତୁମ,ପାଇଁ ଝୁରେ କାହ୍ନୁ। 

ଦେଇ ପ୍ରେମଦାନ ରଖମୋ,ଜୀବନ

ମାନ ତେଜ ରାଧେ ମନୁ । 

ହେ ନଟନାଗର ରସିକ ଶେଖର

ଚିତ ଚୋର ବଂଶୀଧର । 

ତୋ,ଲାଗି ଯମୁନା ଯିବା ପାଇଁ ମନା

ଶାଶୁ ନଣନ୍ଦର ଘର  । 

ତୋ,ପାଇଁ କଳଙ୍କ ହେଲା ମୋ,ତିଳକ

ସ୍ବାମୀ ମୋର ଚନ୍ଦ୍ରସେଣା । 

ଛାଡ ମୋର ହସ୍ତ ଲାଗେ ବଡ ଭିତ

ଆଉ ନଯିବି ଯମୁନା  । 

ଯାଅ ନନ୍ଦ ବାଳ ନକର କଟାଳ

ମୁଁଇ ଅଟେ କୂଳବଧୂ । 

ଫଗୁଣେ ଅବିର ଖେଳ ସାଥି ମେଳ

 ବାଟଛାଡ଼ ଦିନ ବନ୍ଧୁ । 



Rate this content
Log in

Similar oriya poem from Tragedy