STORYMIRROR

Lunar Das

Tragedy Others

3  

Lunar Das

Tragedy Others

ପ୍ରକାରାନ୍ତରେ

ପ୍ରକାରାନ୍ତରେ

1 min
199


କାଳ୍ପନିକ ଯେବେ ବାସ୍ତବତାକୁ ଛୁଏଁ

କିଛି କିଛି ଶବ୍ଦ ସ୍ମୃତି ହୋଇ ଯାଆନ୍ତି

ସୁନ୍ଦର ମନଟେ ମେଘ ଆଘାତରେ

ବୃଷ୍ଟି ହୋଇ ଯାଏ ତ

କେବେ ନଦୀ ହୋଇ ଯାଏ।

ଜଳର ଧକ୍କାରେ

କୂଳ ଲଙ୍ଘି ଅତଡ଼ା ଖସେ

ତା' ମନର ଅର୍ପିତ ପୁରୁଷ

କେତେବେଳେ ପଥର ହୋଇଯାଏ ତ

କେତେବେଳେ ନିରୁତାରେ ମିଶିଯାଏ ।

ଭାବନାଟା ଶୂନ୍ୟତାର ଦାନ

ପୂଣ୍ୟ ତା'ର ପାତଞ୍ଜଳରେ

କିଏ ବା ବୁଝେ ତା' ସ୍ୱପ୍ନକୁ

ଅବା ହୃଦୟକୁ

ବିତିଯାଇଥିବା ଝରାଫଗୁଣରେ

ଭିଜୁଥାଏ ପ୍ରକାରାନ୍ତରେ ।

ପୂର୍ବାନୁରାଗର ପୁଲକିତ ବେଳା

ହଜିଯାଏ ତେଲ ଲୁଣ ସଂସାରେ ।

ଆତ୍ମଭେଦି ସ୍ୱରିତ ଶବ୍ଦ

ନିର୍ବୋଧ କରିଦିଏ ପ୍ରତିମୁହୂର୍ତ୍ତରେ

ସେ ନିର୍ବାକ୍ ସ୍ୱରେ ପ୍ରଶ୍ନ କରେ ନିଜକୁ

ତୁ କ'ଣ ସେଇ ପିପାସା

ସିକ୍ତ ହୋଇ ଭିଜିଯାଉ ନିର୍ବର୍ଷ ପ୍ରହରେ ??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy