ପ୍ରକାରାନ୍ତରେ
ପ୍ରକାରାନ୍ତରେ
କାଳ୍ପନିକ ଯେବେ ବାସ୍ତବତାକୁ ଛୁଏଁ
କିଛି କିଛି ଶବ୍ଦ ସ୍ମୃତି ହୋଇ ଯାଆନ୍ତି
ସୁନ୍ଦର ମନଟେ ମେଘ ଆଘାତରେ
ବୃଷ୍ଟି ହୋଇ ଯାଏ ତ
କେବେ ନଦୀ ହୋଇ ଯାଏ।
ଜଳର ଧକ୍କାରେ
କୂଳ ଲଙ୍ଘି ଅତଡ଼ା ଖସେ
ତା' ମନର ଅର୍ପିତ ପୁରୁଷ
କେତେବେଳେ ପଥର ହୋଇଯାଏ ତ
କେତେବେଳେ ନିରୁତାରେ ମିଶିଯାଏ ।
ଭାବନାଟା ଶୂନ୍ୟତାର ଦାନ
ପୂଣ୍ୟ ତା'ର ପାତଞ୍ଜଳରେ
କିଏ ବା ବୁଝେ ତା' ସ୍ୱପ୍ନକୁ
ଅବା ହୃଦୟକୁ
ବିତିଯାଇଥିବା ଝରାଫଗୁଣରେ
ଭିଜୁଥାଏ ପ୍ରକାରାନ୍ତରେ ।
ପୂର୍ବାନୁରାଗର ପୁଲକିତ ବେଳା
ହଜିଯାଏ ତେଲ ଲୁଣ ସଂସାରେ ।
ଆତ୍ମଭେଦି ସ୍ୱରିତ ଶବ୍ଦ
ନିର୍ବୋଧ କରିଦିଏ ପ୍ରତିମୁହୂର୍ତ୍ତରେ
ସେ ନିର୍ବାକ୍ ସ୍ୱରେ ପ୍ରଶ୍ନ କରେ ନିଜକୁ
ତୁ କ'ଣ ସେଇ ପିପାସା
ସିକ୍ତ ହୋଇ ଭିଜିଯାଉ ନିର୍ବର୍ଷ ପ୍ରହରେ ??
