STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

"ଅପରିଚିତ"

"ଅପରିଚିତ"

1 min
165

 

   କିଏ ମୁଁ ଜାଣେନା ନିଜେ ନିଜକୁ

   ଜାଣେନା ମୁଁ ନିଜେ ନିଜ ପରିଚୟ

    ସମାଜ ଆଖିରେ

     ଏ ଦେଶ ଆଗରେ

    ଚିର ଅବହେଳିତ

    ଦରିଦ୍ର ଦୀନହୀନ ନିଷ୍ପେସିତ

      ମୁଁ ଦଳିତ ମୁଁ ଶୋଷିତ

      ମୁଁ ଅପରିଚିତ ।


  ନୀତି ଆଦର୍ଶ ରେ ବଞ୍ଚେ ବୋଲି

     ମୁଁ ଏ ସମାଜ ଆଖିରେ ଘୃଣିତ

   ସତ୍ୟ ନ୍ୟାୟ ପଥରେ ଚାଲେ ବୋଲି

   ଏ ସମାଜ ଆଗରେ ମୁଁ ଅବହେଳିତ

    ପ୍ରିୟା ପ୍ରୀତି ତୋଷଣ କରେନି ବୋଲି

     ଲୋକ ମୁଖେ ହୁଏ ନିନ୍ଦିତ

    ମୁଁ ସମୟ ସହ ତାଳ

      ଦେଇ ପାରେନା ବୋଲି

     ଜନ ମାନସରେ ହୁଏ ନିନ୍ଦିତ

      ବନ୍ଧୁ ପରିଜନ ଙ୍କ ନିକଟେ

     ମୁଁ ହୁଏ ଲାଞ୍ଛିତ

     କେ ନୁହେଁ ମୋହର

      ମୁଁ ନୁହେଁ କାହାର

     ମୋ ନୀତି ଆଦର୍ଶ ପାଇଁ

      ସଦା ସର୍ବଦା ରହିଛି ରହୁଛି

       ରହୁଥିବି ସଭିଙ୍କ ପାଖେ ଅପରିଚିତ ।


     ସାଲିସ୍ ମାଲିସ୍ ବିହୀନ

      ଜୀବନ ବିତାଏ ବୋଲି

    ଆଜିକା ଯୁବ ପିଢି

      କରନ୍ତି ମୋତେ ଉପହାସିତ

    ଲାଞ୍ଚ ମିଛ ଆଉ ତୋଷାମଦି କରି

     ଜୀଇଁ ନାହିଁ କେବେ

     ମୋ ଜୀବନେ ଆଜି ପର୍ଯ୍ୟନ୍ତ

     ସବୁ ନାହିଁ ନାହିଁ ରେ

     ଏକାକୀ ଚାଲିବାରେ ମୁଁ ଅଭ୍ୟସ୍ତ

     ସେ ପାଇଁ ମୁଁ ଆଜି

      ଏ ସମାଜ ଆଖିରେ

      ମୁଁ ଅପରିଚିତ ମୁଁ ଅପରିଚିତ ।


      

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract