STORYMIRROR

Sandhyarani dash

Tragedy

3  

Sandhyarani dash

Tragedy

ଅତୀତ ର ସ୍ମୃତି

ଅତୀତ ର ସ୍ମୃତି

1 min
131


କୂଳୁ କୁଳୁ ନାଦେ ମୋ ଗାଆଁ ର ପାଶେ

ଦେବୀ ନଦୀ ଯାଏ ବହି

ବାଲ୍ୟ କୈଶୋର ର ଜୀବନସାଥି ମୋ

ଭୁଲି ମୁଁ ପାରଇ ନାହିଁ।


ବାର ହାତ ଡଙ୍ଗା ତେର ହାତ କାତ

ଏ କୂଳ ସେ କୂଳ ଯାଇ

କେତେ ଭଲ ମନ୍ଦ ଜିନିଷ କୁ ରଖି

ପାରି କରି ଥାଏ ନେଇ।


ସାଙ୍ଗ ସାଥି ଧରି ଆନନ୍ଦେ ପହଁରି

ସରଗାରେ ଆସୁ ଧାଇଁ

ନଦୀକୁ ଦେଖିଲେ ଆସେ ସେହି ସ୍ମୃତି

ହୃଦୟ କୁ ଯାଏ ଛୁଇଁ।


ହଜି ଯାଇଛି ମୋ ସେଇ ପିଲାଦିନ

ତା ଠାରୁ ଦୂରରେ ରହି

କୈଶୋର ଯୌବନ ଅତିକ୍ରାନ୍ତ ଆଜି

ପଶ୍ଚିମ ଆସୁଛି ବହି।


ବର୍ଷ ମାସ ଦିନ ଦଣ୍ଡ ଗଡୁ ଥିବ

ନ ରହିବି ମରତରେ

ଥିବା ଯାଏ ସେହି ସ୍ମୃତି ନ ଭୁଲିବି

ଅନନ୍ତ ସ୍ରୋତ ମନରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy