STORYMIRROR

Sambit Srikumar

Tragedy Classics Inspirational

3  

Sambit Srikumar

Tragedy Classics Inspirational

ଅନଳ ପତଙ୍ଗ ଉପାଖ୍ୟାନ

ଅନଳ ପତଙ୍ଗ ଉପାଖ୍ୟାନ

1 min
170


ମୂଢମତୀ ଛାର ପତଙ୍ଗ କିବା ଜାଣେ

ସର୍ବଗ୍ରାସୀ ଅନଳ ତା' ଜୀବନର ଯତୁଗୃହ

ଅକାଳ ମରଣର କାରଣ ନର୍କର ଦ୍ବାର?

ଆଲୋକର ଘନ ନିବିଡ଼ ଆକର୍ଷଣେ

ସେ ଧାଇଁ ଆସେ ପାରକରି ଦୁର୍ଗମ

ଗିରି କାନନ ନଦନଦୀ ସାଗର

ଲେଲିହାନ ଶିଖାରେ ଅର୍ପିଦିଏ

ପ୍ରାଣ ଆପଣାର ନକରି ତିଳେ ବିଚାର!!

ମହାଜ୍ଞାନୀ ମାନବ କ୍ଷଣିକ ସମ୍ଭୋଗ ସୁଖରେ

କାମନା ବାସନାର ଅଦମ୍ୟ ଜ୍ବାଳାରେ ହୋଇ

ଜର୍ଜରିତ କାମାସକ୍ତ ପତଙ୍ଗ ସମ ଯାଏ ଧାଇଁ

ରମଣ ଅନଳର ଆକର୍ଷଣେ ସୌମ୍ୟା ଦେହୀର

ଅନ୍ବେଷଣରେ ଆନନ୍ଦର ମଧୁ ଆସ୍ବାଦନ ଲାଗି

ଜାଣି ସୁଦ୍ଧା ଅନଳ ସ୍ନାନର ଚରମ ପରିଣତି

ତଥାପି ଦିଅଇ ଲମ୍ଫ ଅନିତ୍ୟ ସମ୍ଭୋଗ ନିଆଁରେ

ଅଳିକ କ୍ଷଣିକ ଉନ୍ମାଦନାର ପ୍ରବଳ ସ୍ରୋତରେ

ସ୍ବତଃସ୍ଫୁତ ଆକର୍ଷିତ ହୋଇ ଜଳିଯାଏ ଅକାତରେ!!

ଦୋଷ ଏଠି କାହାର?

ପତଙ୍ଗର ନା ଅନଳର

ଜଣକର ଧର୍ମ ଆକର୍ଷଣ

ଆରକର ଧର୍ମ ଅନ୍ବେଷଣ

ଜଣେ ଜଳାଇବାକୁ ବଦ୍ଧପରିକର

ତ ଆନ ପ୍ରାଣୀ ନୁହଁଇ କୁଣ୍ଠିତ

ରମଣର ଅଗ୍ନିକୁଣ୍ଡେ ହେବା ଲାଗି ଲୀନ

କିଏ କହି ପାରେ ସ୍ବେଚ୍ଛାକୃତ ଆତ୍ମବଳି

ଅବା ଆତ୍ମହତ୍ଯା ଅବା ପୁରୁଷାର୍ଥ ପ୍ରାପ୍ତି!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy