STORYMIRROR

ayiswarya maharana

Romance Tragedy

3  

ayiswarya maharana

Romance Tragedy

ତୁମ ପାଇଁ

ତୁମ ପାଇଁ

1 min
157

ବୟସ ବଢୁଛି ଜୀବନ ସରୁଛି

ତା ସାଥେ ଗାଢା ହେଉଛି ଏ ପ୍ରେମ।


କରିଛି ତାକୁ ମୋ ଚନ୍ଦନ ବିନ୍ଦୁ

ଯାହାକୁ ଲୋକେ ଦେଲେ କଳଙ୍କ ର ନାମ।


ତୁମରି ପାଖରେ ହଜିଥିଲା ମୋ ତନୁ ମନ

ନିଶ୍ୱାସ ବି ଆଜି ପଚାରି ବୁଝୁଛି ଏ ପ୍ରତାରଣା ନା ପ୍ରେମ।


କିପରି ଦେବି ଯେ ସେ ଉତ୍ତର

ଏ ସମ୍ପର୍କ ତ ବେସୁରା ବେନାମ।


ତୁମ ପାଦ ଚିହ୍ନେ ପାଦ ଥାପି ଚାଲିବାକୁ ତ ଇଛା ଥିଲା

ସମୟ କି ବଇରି ହୋଇ ସବୁକିଛି ଚୋରାଇ ନେଲା।


ଜୀବନ ଆକାଶେ ବେଳ ରତ ରତ ଆସିଛି ମେଲାଣି ବେଳା

ଅମା ପକ୍ଷରେ ଯେହ୍ନେ ହ୍ରାସପାଏ ଚନ୍ଦ୍ରକଳା।


ଜୀବନ ସଂଧ୍ୟାରେ ଆଶା ଯେ କେବଳ ତୁମ ଓଠ ଧାରେ ହସ

ସେହି ହେବ ମୋର ମୁକ୍ତିର ପଥ ଅପେକ୍ଷା ରତ ମୋ ପ୍ରଶ୍ୱାସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance