STORYMIRROR

ayiswarya maharana

Romance Tragedy

4  

ayiswarya maharana

Romance Tragedy

ଲେଖୁ ଲେଖୁ କିଛି ଲେଖିଦିଏ

ଲେଖୁ ଲେଖୁ କିଛି ଲେଖିଦିଏ

1 min
267

ଲେଖୁ ଲେଖୁ କିଛି ଲେଖିଦିଏ,

ଅକୁହା କଥାରୁ କିଛି କହିଦିଏ।


ଆଉ କିଛି ପୁଣି ନୀରବି ଯାଏ,

ଲୁହ ବୁନ୍ଦା କିଛି ଝରିଯାଏ।


ଶୁଖିଲା ଓଠରେ ହସଟିଏ ଖେଳିଯାଏ,

ଆନମନା ମନ ଯେବେ ଝୁମିଯାଏ।


ଜହ୍ନକୁ ଚାହିଁ କଇଁ ଯେବେ ହସିଦିଏ,

ଛାତିରେ ମୋ କୋହ ଭରିଯାଏ।


ତୋ ସ୍ମୃତି କିଛି ମୋତେ ଘେରିଯାଏ,

ଏକାକିନୀ ଟିଏ ଜଳନ୍ତା ସ୍ମୃତି ରେ ଜଳୁଥାଏ।


ମୋ ସ୍ମୃତି ରେ ତୋତେ ମୁଁ ଦେଖୁଥାଏ,

ତୋ ହସ ଦେଖି ଟିକେ ହସି ଦିଏ।


ଜୀବନ୍ତ ଶରୀରେ ମୁଁ ପାଷାଣୀ ଟିଏ,

ନିଶୁନ ରାତିରେ ଲୁହରେ ନିଇତି ଭିଜୁଥାଏ ।


ସମାଜ ଶୃଙ୍ଖଳାରେ ମୁଁ ବନ୍ଦିନୀଟିଏ,

ସାଇତି ପାରିନି ସମ୍ପର୍କର ସୂତା ଖିଏ।


ଲାଞ୍ଛନାର ଭୟେ ବଞ୍ଚୁଥାଏ,

କେମିତି କହିବି ମୁଁ ତୋତେ ଭଲପାଏ ।


କେହି କୁହେ ମୁଁ କଳଙ୍କିନୀ ଟିଏ,

କେହି କୁହେ ମୁଁ ପାଗେଳି ଟିଏ।


ଲେଖୁ ଲେଖୁ କିଛି ଲେଖିଦିଏ,

ଅଜଣା କୁହେ ମୁଁ କବିଟିଏ।


ନୁହେଁ ମୁଁ କବି ଶୁଖିଲା ନଈର ଧାରଟିଏ,

ଭାଙ୍ଗିଯାଇଥିବା ସ୍ୱପ୍ନ ଟିଏ।


ଲେଖୁ ଲେଖୁ କିଛି ଲେଖିଦିଏ,

ଅନାବନା କିଛି କହିଦିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance