STORYMIRROR

ayiswarya maharana

Romance Tragedy Classics

3  

ayiswarya maharana

Romance Tragedy Classics

ଫେରିଆସ ତୁମେ ଫେରିଆସ

ଫେରିଆସ ତୁମେ ଫେରିଆସ

1 min
186

ଶେଷ ବରଷାର ଚାତକୀ ପରି,

ଚାହିଁ ରହିଥିଲି ତୁମର ବାଟକୁ

ତୁମେ ତ ଆସିଲ,

ହେଲେ କାହିଁ ବରଷିଲ ଆଉ କାହା ପ୍ରାଙ୍ଗଣେ

ତୁମେ ଯେ ଅବୁଝା ବୁଝିଲ ନାହିଁ,

ତୃଷ୍ଣା ଥିଲା କାହାର ଆଉ ଭିଜିଲା କିଏ

ଫେରିଆସ ଆଉଥରେ ବାଦଲରୁ ଝରିଝରି,

ଭାସିଆସ ଆଉଥରେ ମୃଦୁ ସମିରଣେ ଥିରିଥିରି

କୁସୁମ ପୁଣି ହସିବ,ପାଦପ ହେବ ପଲ୍ଲବିତ

ତିତିଲିକା ପୁଣି ଖେଳିବ,ଭ୍ରମର ଗାଇବ ଗୀତ

ତୁମେ କି ଦେଖିନ ନଦୀର ମୋହ,

ତୁମେ କି ବୁଝିନ ମାଟିର କୋହ

ପୁଣି ଫେରିଗଲ ନୀଳ ଆକାଶକୁ,

ଫେରିବ କେବେତ କୁହ

ନଦୀ ତ ଝୁରୁଛି ,ମାଟି ବି ଝୁରୁଛି

ଜୀବନ ବି ଆଜି ଝାଉଁଳି ଯାଇଛି

ଫେରିଆସ ତୁମେ ଫେରିଆସ

ଝରା ଶେଫାଳୀ ମୁଁ ଏ ରାତିର

ନୀରବେ କରିଛି ପ୍ରତୀକ୍ଷା ତୁମର

ଫେରିଆସ ତୁମେ ଫେରିଆସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance