ପ୍ରେମର ସଂଜ୍ଞା
ପ୍ରେମର ସଂଜ୍ଞା
ପ୍ରେମର ସଂଜ୍ଞା କୁ ବୁଝିବା ଆଗରୁ
ତୁମେ ଆସିଥିଲ ମୋ ସପନେ,
ଭଲ ଲାଗିଥିଲା ଫୁଲେଇ ଫଗୁଣ
ମନ ଭିଜିଥିଲା କୁହୁ ତାନେ ।
ପାଦ ଥାପି ଥାପି ଚାଲିଥିଲେ କେତେ
ଶ୍ରାବଣ ର ବର୍ଷା ରାତି,
ତୁମରି କୋଳରେ ଶୋଇ ଦେଖିଥିଲି
ତାରା ଭରା ଜହ୍ନ ରାତି।
ବାଦଲ ଫାଙ୍କରୁ ଜହ୍ନ ଆସି ଯେବେ
ମୁରୁକି ମୁରୁକି ହସିଦିଏ,
ପ୍ରିୟା ମୋର ! ଓଢଣୀ ଫାଙ୍କରୁ
ତୁମ ଲାଜୁଆ ମୁହଁଟି ଦିଶିଯାଏ ।
ନିଶୁନ ରାସ୍ତାରେ ଅବା ଜନ ସମାଗମେ
ପାଦ ମୋର ଯେବେ ଚାଲୁଥାଏ,
ସ୍ମୃତିକୁ ତୁମର ଦୁଇ ଆଖି ମୋର
ନିରନ୍ତର ଖୋଜି ବୁଲୁଥାଏ ।
ଦେଖିଛି ପ୍ରେମକୁ ତୁମ କଜଳ ଗାରରୁ
ଝରି ଆସିଥିବା ମୁକ୍ତା ବିନ୍ଦୁରେ,
ବୁଝିଲି ପ୍ରେମର ପରିଭାଷା କୁ
ତୁମ ଗୋଲାପୀ ଓଠର ହସ ଧାରରେ ।
ପ୍ରେମର ଭାଷାକୁ ବୁଝିଯିବା ପରେ
ଅତି ଦାରୁଣ ଏ ଭାଗ୍ୟର ଉପେକ୍ଷା ,
ବୁଝି ମୁଁ ସାରିଛି
ପ୍ରେମ ନୁହଁଇ କେବଳ ପ୍ରାପ୍ତି
ପ୍ରେମ ଯେ ତ୍ୟାଗ ପ୍ରେମ ଯେ ମୁକ୍ତି,
ପ୍ରେମ ପୁଣି ଅନନ୍ତ ପ୍ରତୀକ୍ଷା ।

