STORYMIRROR

ayiswarya maharana

Romance Tragedy

3  

ayiswarya maharana

Romance Tragedy

ମୁଁ ଜାଣେ

ମୁଁ ଜାଣେ

1 min
366

ମୁଁ ଜାଣେ

ତୁମେ ଫେରିବ,

ନେଇ ଅସମାହିତ ପ୍ରଶ୍ନ ସବୁ ତୁମ ମନର

ମୁଁ ଜାଣେ

ତୁମେ ଫେରିବ ସେହି ନିଦାଘେ,

ଥିଲା ଯେଉଁଠି ପ୍ରତୀକ୍ଷା ତୁମର

କିନ୍ତୁ ମୁଁ ହିଁ ନଥିବି ସେଠି ,ଦେବାକୁ ତୁମ ଉତ୍ତର

ମୁଁ ଜାଣେ

ତୁମେ ଖୋଜିବ ପୁଣି ସେହି ପ୍ରୀତି ଝଙ୍କାର

ଖୋଜିବ ପୁଣି ସେହି କାକଳୀର ପଞ୍ଚମ ସ୍ୱର

ହେଲେ ନା ଥିବ ସେହି ଗୀତି ,ନା ଥିବ ସେ ଅଧର

ମୁଁ ଜାଣେ

ଝରକା ଖୋଲି ଦେଖି ଚାଲିବ ସେ ବର୍ଷା ର ଧାର

ଲୁଚାଇବ ନେଇ ସେଥିରୁ କିଛି ନିଜ ଆଖି ଭିତର

ହେଲେ ମୁଁ କି ଫେରିବି ମୋ ଅଫରା ବାଟରୁ ,

ଲୁହ ପୋଛିବାକୁ ତୁମର

ମୁଁ ଜାଣେ

ପୁଣି ଭିଜିବ ତୁମେ ସେ ଶୀତୁଆ ସକାଳେ,

ବତୁରି ଯିବ ତୁମ ମନ

ଚାହିଁ ରହିଥିବ ସେ କୁହୁଡି ଘେରା ରାସ୍ତାକୁ

ହଜିଛି ଯେଉଁଠି ସମ୍ପର୍କର ଡୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance