STORYMIRROR

ayiswarya maharana

Romance Tragedy

3  

ayiswarya maharana

Romance Tragedy

କଥା ଦିଅ

କଥା ଦିଅ

1 min
147

କଥା ଦିଅ ପୁଣିଥରେ ଦେଖା ହେବ ବୋଲି

କଥା ଦିଅ ଦେଖାହେଲେ ହସିଦେଵ ବୋଲି

ପୁଣିଥରେ ଭିଜିବି ତୁମ ହସ ଧାରାରେ

ହଜାଇବି ନିଜକୁ

ତୁମ ଆଖିର ସେ ଅତଳ ଗଭୀରତାରେ

ନା ଥିବ କିଛି ପାଇବାର ଆଶା

ନା ଥିବ ହରାଇବାର ଦୁଃଖ

କୋହ ଅସୁମାରୀ,ଦିଗନ୍ତ ପ୍ରସାରୀ

ପ୍ରଶ୍ନ ବି ଅନେକ ,କହିବକି ସବୁ ବିସ୍ତାରି

ଖୋଲା ବହି ପରି ମୁକ୍ତ ହୁଅ ପ୍ରିୟ

ବାସ୍ତବ ନା ଇଏ ଅଭିନୟ

ପାଷାଣୀ ପରି ମୁଁ ଚାହିଁ ଯେ ରହିଛି

ଝରାଇ ପାରୁନି ଲୁହ

ଭୟ ରହିଛିକି ଖୋଲିଦେଲେ କାଳେ

ମୁଁ ଦେବି ଲୁହ ଝରାଇ

କଥା ଦେଲି ପ୍ରିୟ,ଝରିବନି ଲୁହ

ବାସ୍ତବକୁ ମୁଁ ନେବି କୋଳେଇ

ଯଦି ଏତେ ଭୟ

କାହିଁ କରିଥିଲ ମୋତେ ପ୍ରେମରେ ବନ୍ଦୀ

ଆଜି ମୁଁ ବନ୍ଦିନୀ ଲୋଡ଼ା ନାହିଁ ସେ ଗଗନର ସୁଖ

ଲୋଡ଼ା ନାହିଁ ମୋର ମୁକ୍ତି

କଥା ଦିଅ ପୁଣି ଥରେ ଦେଖା ହେବ ବୋଲି

କଥା ଦିଅ ଦେଖା ହେଲେ ହସି ଦେଵ ବୋଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance