STORYMIRROR

Annu Samal

Tragedy

3  

Annu Samal

Tragedy

ଷଢ଼ଯନ୍ତ୍ର

ଷଢ଼ଯନ୍ତ୍ର

1 min
181

ଟିକିଏ କ୍ଷମତା ପ୍ରତିବଦଳରେ

    ହେଲା ସୌଦା ନିଶାର୍ଦ୍ଧରେ

ଲୁଚିଗଲ ଯେ ତୁମେ ଇତିହାସ ର

    କେଉଁ ଅନ୍ଧାରୀ ଫର୍ଦ୍ଧରେ ??


ଖୋଜା ପଡ଼ିଲା ଜାପାନ ରୁ ଜର୍ମାନ୍

        ଅସ୍ଥି ବି ମିଳିଲା ନାହିଁ।

ତୁମ ପରି ବୀର ପାରିବ କି କେବେ 

       ଛଦ୍ମ ବେଶେ ଲୁଚି ରହି?


ହୁଙ୍କାରେ ଯାହାର ଗୋରା ସରକାର 

       ଉଠୁଥିଲା ଯେ ଶିହରୀ 

ଲୁଚି ଯିବ କେମିତି ସେ ଏଇ ସ୍ଵାନ

       ଶୃଗାଳ ଙ୍କୁ ଭୟ କରି?


ଯଦି ସତ୍ୟ ସେହି ଅଗଷ୍ଟ ଅଠର

        ତାଇୱାନ ଦୁର୍ଘଟଣା

ତେବେ ଅସ୍ଥି ମାଗିଲେ କାହିଁ ହେଉଛି 

       ଜାପାନ ର ବୁଦ୍ଧିବଣା?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy